Senior Devotee Chased And Beaten: ଶ୍ରୀମନ୍ଦିର ପାଖରେ ବୟସ୍କ ଭକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼; ଭିଡିଓ ଭାଇରାଲ୍…

Sep 12, 2026 - 19:26
Senior Devotee Chased And Beaten: ଶ୍ରୀମନ୍ଦିର ପାଖରେ ବୟସ୍କ ଭକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ  ମାଡ଼; ଭିଡିଓ ଭାଇରାଲ୍…

ପୁରୀ ଶ୍ରୀମନ୍ଦିର ନିକଟରେ ଅଭାବନୀୟ ଦୃଶ୍ୟ। ଜଣେ ବୟୋଜ୍ୟେଷ୍ଠ ଭକ୍ତଙ୍କୁ ଜଣେ ଯୁବକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ ଯୁବକ ଜଣକ ବୟସ୍କ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ମାଡ଼ରୁ ବର୍ତ୍ତିବା ପାଇଁ ବୟୋଜ୍ୟେଷ୍ଠ ଭକ୍ତ ଜଣକ ଦୌଡ଼ି ପଳାଉଥିବା ମଧ୍ୟ ଦୃଶ୍ୟମାନ ହେଉଛି। 

ଭିଡିଓରେ ଯୁବକ ଜଣକ ପାରମ୍ପରିକ ପୋଷାକରେ ଥିବା ଦେଖାଯାଉଛି। ତେବେ ସେ ମନ୍ଦିରର ସେବାୟତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ତାହା ମଧ୍ୟ ଜଣାପଡ଼ିନାହିଁ। ତେବେ ବୟୋଜ୍ୟେଷ୍ଠ ଭକ୍ତଙ୍କୁ ଏଭଳି ମାଡ଼ ମାରିବା ଘଟଣାକୁ ନେଇ ଉଠିଛି ପ୍ରଶ୍ନ। ଭାଇରାଲ୍ ଭିଡିଓର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ପାଇଁ ଦାବି ହେଉଛି।

  • ଶ୍ରୀମନ୍ଦିର ପାଖରେ ବୟସ୍କ ଭକ୍ତଙ୍କୁ ମାଡ଼
  • ବୟୋଜ୍ୟେଷ୍ଠ ଭକ୍ତଙ୍କୁ ଗୋଡ଼ାଇ ମାଡ଼
  • ବୟସ୍କ ଭକ୍ତଙ୍କୁ ମାଡ଼, ଭିଡିଓ ଭାଇରାଲ୍
  • କିଏ ସେ ଯୁବକ? କାହିଁକି ମାଡ଼ ମାରିଲେ ?
  • ଭାଇରାଲ୍ ଭିଡିଓକୁ ନେଇ ଜୋର ଚର୍ଚ୍ଚା
  • ଭକ୍ତଙ୍କୁ ମାଡ଼ ମାମଲାରେ ତଦନ୍ତ ଦାବି
  • ଯୁବକଙ୍କ ବିରୋଧରେ ପଦକ୍ଷେପ ପାଇଁ ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।