Similipal: ଶିମିଳିପାଳରେ ୨ ସଶସ୍ତ୍ର ଶିକାରୀ ଗିରଫ, ବନ୍ଧୁକ ଓ ବିସ୍ଫୋରକ ଜବତ

Sep 24, 2026 - 15:57
Similipal: ଶିମିଳିପାଳରେ ୨ ସଶସ୍ତ୍ର ଶିକାରୀ ଗିରଫ, ବନ୍ଧୁକ ଓ ବିସ୍ଫୋରକ ଜବତ

"ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପ୍ରବେଶ କରୁଥିବା ଦୁଇଜଣ ସଶସ୍ତ୍ର ଶିକାରୀଙ୍କୁ ପୋଡ଼ାଡିହା ବନ୍ୟପ୍ରାଣୀ ରେଞ୍ଜରେ ଗିରଫ କରାଯାଇଛି।

ଅଭୟାରଣ୍ୟ ଭିତରେ ଗୁପ୍ତ ଭାବେ ଲଗାଯାଇଥିବା ଏଆଇ କ୍ୟାମେରାରେ ସେମାନଙ୍କ ଗତିବିଧି କଏଦ ହେବା ପରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା।Advertisment ଆହୁରି ପଢନ୍ତୁ :Red Flags in Relationships: ସମ୍ପର୍କରେ ରେଡ୍ ଫ୍ଲାଗ୍: ଇନଷ୍ଟାଗ୍ରାମ ଟ୍ରେଣ୍ଡ୍‌ଠାରୁ ପ୍ରକୃତ ସମସ୍ୟା କିପରି ଚିହ୍ନିବେ?

ଶିମିଳିପାଳ ୱାଇଲ୍ଡଲାଇଫ୍ ଇଣ୍ଟେଲିଜେନ୍ସ ନେଟୱର୍କ କର୍ମଚାରୀମାନେ ଏଆଇ କ୍ୟାମେରା ଫୁଟେଜ୍‌ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ।

ପରେ ଦୁଇଟି ପୃଥକ ଘଟଣାରେ ସେମାନଙ୍କୁ ଧରାଯାଇଥିଲା।

ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି।

ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ସେମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।

ଆହୁରି ପଢନ୍ତୁ :NH 16: ବଡ଼ଘାଟିରେ ଖସିଲା ବିରାଟ ପଥର: ଭୂସ୍ଖଳନ ଆଶଙ୍କା, ଏନ୍‌ଏଚ୍‌-୧୬ରେ ଯାତାୟାତ ପ୍ରଭାବିତ ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ଗସା ହୋ ଓରଫ ଲାଲା (୨୨) ଓ କପ୍ତିପଦା ଥାନା ଅନ୍ତର୍ଗତ ସଞ୍ଜୁନପାଳ ଗ୍ରାମର କିଶୁନ ଟୁଡୁ ଓରଫ ସୁନା (୨୯) | ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।