SIR: ''ଏସଆଇଆର୍'' ନିଷ୍ପତ୍ତି ସର୍ବସମ୍ମତ: ଅନ୍ତର୍କନ୍ଦଳ ରିପୋର୍ଟ ମଧ୍ୟରେ ସ୍ପଷ୍ଟୀକରଣ ରଖିଲେ ନିର୍ବାଚନ କମିଶନ୍
"ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ମତଦାତା ସୂଚୀ ସଂଶୋଧନ (ଏସଆଇଆର୍) ଓ ଭୋଟର ତାଲିକାରୁ ନାମ ବାଦକୁ ନେଇ କମିଶନ୍ ଭିତରେ ମତଭେଦ ଖବର ପଦାକୁ ଆସିବା ପରେ ନିର୍ବାଚନ କମିଶନ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ସମସ୍ତ ନିଷ୍ପତ୍ତି, ବିଶେଷ କରି ଏସଆଇଆର୍ ସମ୍ପର୍କିତ ସମସ୍ତ ପଦକ୍ଷେପ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଦୁଇ ଜଣ ନିର୍ବାଚନ ଆୟୁକ୍ତଙ୍କ ସର୍ବସମ୍ମତି ଓ ଅନୁମୋଦନ କ୍ରମେ ଗ୍ରହଣ କରାଯାଇଛି ବୋଲି ବୁଧବାର କମିଶନ୍ ପକ୍ଷରୁ କୁହାଯାଇଛି।Advertisment ସାନ୍ଧୁ ପ୍ରଶ୍ନ ଉଠାଇଥିବା ମଧ୍ୟ ଚର୍ଚ୍ଚା ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଭୋଟର ଡାଟା ପରିଚାଳନା, ନାମ ବାଦ୍ ଏବଂ ଫର୍ମ-୬ ପରିବର୍ତ୍ତନ ଭଳି ବିଷୟରେ ଅତି କମରେ ୧୪ ଥର ଆପତ୍ତି ଉଠାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
ପଶ୍ଚିମବଙ୍ଗରେ ଭୋଟର ନାମ ପୁନରୁଦ୍ଧାର ନିର୍ଦ୍ଦେଶ ବିରୋଧରେ ଆବେଦନ କାହା ନିର୍ଦ୍ଦେଶରେ କରାଯାଇଛି ବୋଲି ସାନ୍ଧୁ ପ୍ରଶ୍ନ ଉଠାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା।
ନିର୍ବାଚନ କମିଶନ୍ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ଭୋଟର ସୂଚୀ ସଂଶୋଧନ ଓ ଡାଟା ପରିଚାଳନା ନେଇ ଦୁଇ ଆୟୁକ୍ତ ଆପତ୍ତି ବା ପ୍ରଶ୍ନ ଉଠାଇଥିଲେ, ମାତ୍ର ଏହା କମିଶନର ଚୂଡ଼ାନ୍ତ ନିଷ୍ପତ୍ତିକୁ ପ୍ରଭାବିତ କରିନଥିଲା।
ନିର୍ବାଚନ କମିଶନ୍ ଆଇନ ଏବଂ ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ କମିଶନ୍ ସର୍ବଦା ସର୍ବସମ୍ମତି ପ୍ରକ୍ରିୟାକୁ ଗୁରୁତ୍ୱ ଦିଏ, ଏବଂ ମତଭେଦ ସ୍ଥଳେ ସଂଖ୍ୟାଗରିଷ୍ଠତା ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯାଏ।
Supreme Court: ବନ୍ଦେ ମାତରମ୍ ଗାନକୁ ବିରୋଧ କରୁଥିବା ଆବେଦନ ମାମଲା: କେନ୍ଦ୍ର ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ ସୂଚନାଯୋଗ୍ୟ ଯେ, ୨୦୨୫ରେ ବିହାରରୁ ଆରମ୍ଭ ହୋଇଥିବା ଏହି ଏସଆଇଆର୍ ପ୍ରକ୍ରିୟା ଏବେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି।
ପ୍ରକୃତ ଭୋଟରଙ୍କ ନାମ ତାଲିକାରୁ ହଟାଯାଉଥିବା ନେଇ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରୁଥିବା ବେଳେ, କେବଳ ଅସିଦ୍ଧ ଓ ଦୋହରା ନାମ ହଟାଇ ଭୋଟର ତାଲିକା ସୁଧାରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ନିର୍ବାଚନ କମିଶନ୍ ସ୍ପଷ୍ଟ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।