Six Months After Eviction: ଉଚ୍ଛେଦ ବେଳେ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ; ୬ମାସ ବିତିଥିଲେ ନୂଆ ଭେଣ୍ଡିଂ ଜୋନ ଦିଆଯାଇ ନାହିଁ
ଉଚ୍ଛେଦ ବେଳେ ପ୍ରତିଶ୍ରୁତି ଦେଖାଇଥିଲା ପ୍ରଶାସନ, ଏବେ ଶୁଣୁନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତ ୬ମାସ ତଳେ ୩୧୪ ଦୋକାନୀଙ୍କୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଧ କରାଯାଇଥିଲା। ମାର୍କେଟ ମଝିରେ ଥିବା ଦୋକାନୀ ସବୁ ପ୍ରତିଶ୍ରୁତି ଦେଇ ପ୍ରଶାସନ କରିଥିଲା ଉଚ୍ଛେଦ। ହେଲେ ଘଟଣାକୁ ୬ମାସ ବିତି ଥିଲେ ବି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ଦୋକାନ ସବୁ ବନ୍ଦ ରହିଛି।
ଫଳରେ ଆଜି ପର୍ଯ୍ୟନ୍ତ ନୂତନ ଭେଣ୍ଡିଂଜୋନ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପରିବାର କିଭଳି ଚଳାଇବେ ସେନେଇ ଚିନ୍ତାରେ ପଡିଛନ୍ତି ଦୋକାନୀ। ଘଟଣା ଏନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ନୂତନ ଭେଣ୍ଡିଂ ଜୋନ୍ ନିମନ୍ତେ ଅନୁଦାନ ଆସିଛି, ବର୍ଷା ପାଇଁ କାମ ଆରମ୍ଭ ହୋଇନାହିଁ। ଖୁବଶୀଘ୍ର ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବ।
- ଉଚ୍ଛେଦ ବେଳେ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ
- ୬ମାସ ବିତିଥିଲେ ନୂଆ ଭେଣ୍ଡିଂ ଜୋନ ଦିଆଯାଇନାହିଁ
- ନୂତନ ଭେଣ୍ଡିଂଜୋନ ଯୋଗାଇ ଦେବାକୁ ଦାବି
- ପ୍ରଶାସନ କହିଲା ବର୍ଷା ପାଇଁ କାମ ଅଟକିଛି
- ଖୁବଶୀଘ୍ର ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।