Soldier V Teja Sacrifices His Life: ଜନ୍ମଦିନରେ ଶେଷକୃତ୍ୟ, ନାଗାଲାଣ୍ଡରେ ସହିଦ ରାୟଗଡ଼ା ଯବାନ ଭି. ତେଜା

Oct 07, 2026 - 13:40
Soldier V Teja Sacrifices His Life: ଜନ୍ମଦିନରେ ଶେଷକୃତ୍ୟ, ନାଗାଲାଣ୍ଡରେ ସହିଦ ରାୟଗଡ଼ା ଯବାନ ଭି. ତେଜା

ଜନ୍ମଦିନରେ ଶେଷକୃତ୍ୟ। ରାୟଗଡ଼ା ଯୁବକ ନାଗାଲାଣ୍ଡରେ ସହିଦ। ଆସାମ ରାଇଫଲ୍ସରେ କାର୍ଯ୍ୟରତ ରାୟଗଡାର ଯବାନ ଭି.ତେଜା ଡ୍ୟୁଟି ସମୟରେ ସହିଦ ହୋଇଛନ୍ତି। ତେଜାଙ୍କ ପାର୍ଥିବ ଶରୀର ପ୍ରଥମେ ବିମାନ ଯୋଗେ ଗୌହାଟୀ, ସେଠାରୁ ହାଇଦ୍ରାବାଦ ଓ ପରେ ବିଶାଖାପାଟଣା ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଅଣାଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ତାଙ୍କ ପାର୍ଥିବ ଶରୀର ରାୟଗଡ଼ାରେ ପହଞ୍ଚିଥିଲା। ଶତାଧିକ ଲୋକ ଏକତ୍ରିତ ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆଜି ସକାଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ସିରିଗୁଡ଼ାସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ରାୟଗଡ଼ା ସହର କତୁର ଅଞ୍ଚଳର ଭି. ତେଜା ୨୦୨୨ରେ ସେନାରେ ଯୋଗ ଦେଇଥିଲେ। ନାଗାଲାଣ୍ଡରେ କର୍ତ୍ତବ୍ୟରତ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ। ଗୁଳି ବାଜିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

ଆଜି ତେଜାଙ୍କ ୩୧ତମ ଜନ୍ମଦିନ ଆଉ ଆଜି ଭଳି ଦିନରେ କରାଯିବ ତାଙ୍କର ଶେଷକୃତ୍ୟ। ଡିସେମ୍ବର ମାସରେ ତେଜାଙ୍କ ବାହାଘର ମଧ୍ୟ ହୋଇଥାଆନ୍ତା। ତେଜାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

ରାୟଗଡ଼ା ଯୁବକ ନାଗାଲାଣ୍ଡରେ ସହିଦ
ଆଜି ହେବ ଯବାନ ଭି.ତେଜାଙ୍କ ଶେଷକୃତ୍ୟ
ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ଭି.ତେଜା
ଡ୍ୟୁଟି ସମୟରେ ଗୁଳି ବାଜି ସହିଦ ହୋଇଛନ୍ତି
ସହିଦ ଯବାନ ଭି.ତେଜାଙ୍କୁ ଶ୍ରଦ୍ଧାଞ୍ଜଳି
ସିରିଗୁଡ଼ାସ୍ଥିତ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ
୨୦୨୨ରେ ସେନାରେ ଯୋଗ ଦେଇଥିଲେ ଭି.ତେଜା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।