Son Hit by Arrow Intended for Father: ବାପାଙ୍କୁ ତୀର ମାରୁଥିଲା ଦୁର୍ବୃତ୍ତ, ବାଜିଲା ପୁଅ ଦେହରେ

Sep 07, 2026 - 14:29
Son Hit by Arrow Intended for Father: ବାପାଙ୍କୁ ତୀର ମାରୁଥିଲା ଦୁର୍ବୃତ୍ତ, ବାଜିଲା ପୁଅ ଦେହରେ

ବାପାଙ୍କୁ ଟାର୍ଗେଟ କରି ତୀରମାଡ କରିଥିଲା ଦୁର୍ବୃତ୍ତ, ହେଲେ ତୀରର ଶିକାର ହେଲା ପୁଅ। ତେବେ ସୌଭାଗ୍ୟବଶତଃ ଛାତ୍ର ଜଣଙ୍କ ବ୍ୟାଗରେ ତୀରଟି ବାଜିଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରେଢ଼ାଖୋଲ ନାକଟିଦେଉଳ ଥାନା ଅଞ୍ଚଳରେ ସ୍କୁଲ ଛାତ୍ରଙ୍କୁ ତୀରମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ। ସାଲେଭଟା ପଞ୍ଚାୟତ ଅନ୍ତର୍ଗତ କେଉଟବେର୍ଣ୍ଣି ବିଦ୍ୟାଳୟ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ତୀର ଚଳାଇଥିଲେ। ତେବେ ଲକ୍ଷ୍ୟଭ୍ରଷ୍ଟ ହୋଇ ତୀରଟି ତାଙ୍କ ପୁଅର ବ୍ୟାଗରେ ଯାଇ ବାଜିଥିଲା।  ଘଟଣା ପରେ ତୀରମାଡ଼ କରିଥିବା ଯୁବକ ବିଦ୍ୟାଳୟ ବାହାରେ ବୁଲୁଥିବାରୁ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ନାକଟିଦେଉଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୀରମାଡ଼ର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।...

ବାପାଙ୍କୁ ଟାର୍ଗେଟ, ପୁଅଠି ବାଜିଲା ତୀର
ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ତୀରମାଡ଼ 
ବାପାଙ୍କୁ ମାରିଥିବା ତୀର ହେଲା ଲକ୍ଷ୍ୟଭ୍ରଷ୍ଟ 
ପୁଅ କାନ୍ଧରେ ଝୁଲାଇଥିବା ବ୍ୟାଗରେ ବାଜିଲା ତୀର 
ପୂର୍ବ ଶତ୍ରୁତାରୁ ଯୁବକଙ୍କ ତୀର ଚାଳନା ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।