SriMandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

Sep 23, 2026 - 11:47
SriMandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

"ପୁରୀ: ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ ।

ଆଜି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଥିବା ଦେଖିବାକୁ ମିଳିଛି।

ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

କେତେକ ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହୁଥିବା ବେଳେ ଆଉ କେତେକ ସେବାୟତ ଏହା ମହାପ୍ରଭୁଙ୍କର କୌଣସି ସଙ୍କେତ ବୋଲି କହୁଛନ୍ତି।Advertisment ତେବେ ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଛି।

ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ।

ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା, ବସିବା, ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି।

ଅନ୍ୟପଟେ ଗଭୀର ଅବପାତ ଯୋଗୁଁ ପ୍ରବଳ ବର୍ଷା ସହିତ ପବନ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏଣୁ ଚିଲ ବସିବାକୁ ନେଇ ମହାପ୍ରଭୁ କୌଣସି ସଙ୍କେତ ଦେଉଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

ଆହୁରି ପଢନ୍ତୁ: Agreement: ଗ୍ରିନଲ୍ୟାଣ୍ଡରେ ନିର୍ମାଣ ହେବ ଆମେରିକାର ସାମରିକ ଘାଟି: ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କଲେ ଟ୍ରମ୍ପ ଅନ୍ୟପଟେ ମଙ୍ଗଳବାର ଦିନ ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଧବଳ ବାନା ଲାଗିଥିବା ବେଳେ ଏହାଯୋଗୁଁ ବାତ୍ୟା ଦୁର୍ବଳ ହୋଇଥିବା କହିଛନ୍ତି ଯୁବ ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା।

ଯୁବ ଗବେଷକ କହିଛନ୍ତି ବାତ୍ୟା ପୂର୍ବରୁ ମହାପ୍ରଭୁ ଏକ ବଡ଼ ସଙ୍କେତ ଦେଇଛନ୍ତି।

ଶ୍ରୀମନ୍ଦିର ନୀଳଚକ୍ରରେ ପତିତପାବନରେ ଧବଳ ବାନା ଵିଶେଷତଃ ଲାଗି ନଥାଏ।

ବିଭିନ୍ନ ସମୟରେ ନାଲି ଅବା ହଳଦିଆ ବାନା ଲାଗିଥୁବା ବେଳେ ଧବଳ ବାନା ଖୁବ୍ କମ୍ ଦିନ ନୀଳଚକ୍ରରେ ଲାଗୁଥିବା ଦେଖାଯାଏ।

ଏଣୁ ଯେତେବେଳେ ଯେକୌଣସି ବିପତ୍ତି ଆସେ ସେହି ସମୟରେ ମହାପ୍ରଭୁ ବିପତ୍ତି କୁ ଦୂର କରିଥାନ୍ତି।

ତେଣୁ ଧବଳ ବାନା ଲାଗିବା ଯୋଗୁଁ ବାତ୍ୟା ଦୂର୍ବଳ ହୋଇଯାଇଛି ବୋଲି ଗବେଷକ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।