Starlink: ହାଇସ୍ପିଡ୍ ଇଣ୍ଟରନେଟ୍ ଦେବାକୁ ଷ୍ଟାରଲିଙ୍କ୍ ପ୍ରସ୍ତୁତ
"ନୂଆଦିଲ୍ଲୀ: ଭାରତରେ ଉଚ୍ଚଗତିର ଇଣ୍ଟରନେଟ୍ ସେବା ଯୋଗାଇବାକୁ ଏଲନ୍ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ୍ ପ୍ରସ୍ତୁତ ଥିବା କହିଛି।
ଭାରତରେ ଉପଗ୍ରହ ଯୋଗାଯୋଗ ସେବା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ସ୍ୱାଗତ କରିବା ସହ ସମସ୍ତ କମ୍ପାନି ଦେଶର ଆଇନ ଓ ନିୟମ ପାଳନ କରିବା ଆବଶ୍ୟକ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିବା ପରେ ଷ୍ଟାରଲିଙ୍କ୍ ଏହି ପ୍ରତିକ୍ରିୟା ଦେଇଛି।
ଷ୍ଟାରଲିଙ୍କ୍ କହିଛି, ଭାରତରେ ନିୟାମକ ସଂସ୍ଥା, ଶିଳ୍ପ ଓ ସେବା ପ୍ରଦାନକାରୀଙ୍କ ସହ ଗତ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କାମ କରୁଛି।
Advertisment ଭାରତରେ ହିଁ ଭାରତୀୟ ଇଣ୍ଟରନେଟ୍ ଟ୍ରାଫିକ୍ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି, ଗେଟ୍ୱେ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।
ଏଥିପାଇଁ ଆବଶ୍ୟକ ସରକାରୀ ଅନୁମତି ମଧ୍ୟ ମିଳିଥିବା କମ୍ପାନି ଦାବି କରିଛି।
ଏହା ପରେ ଭାରତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସହ ଯୋଡ଼ିବାକୁ ପ୍ରସ୍ତୁତ ବୋଲି ଷ୍ଟାରଲିଙ୍କ୍ କହିଛି।
ଭାରତରେ ଷ୍ଟାରଲିଙ୍କ୍ର ପ୍ରବେଶକୁ କେତେକ ବ୍ୟବସାୟିକ ଗୋଷ୍ଠୀ ବାଧା ଦେଉଥିବା ମସ୍କ ପୂର୍ବରୁ ଅଭିଯୋଗ କରିଥିଲେ।
ଏହାର ଜବାବରେ ରିଲାଏନ୍ସ କହିଥିଲା ଯେ କମ୍ପାନି ପ୍ରତିଦ୍ୱନ୍ଦ୍ୱିତାକୁ ଭୟ କରେ ନାହିଁ।
ଦେଶୀ କିମ୍ବା ବିଦେଶୀ, ସମସ୍ତ କମ୍ପାନି ପାଇଁ ସମାନ ନିୟମ ଲାଗୁ ହେବା ଉଚିତ।
ଷ୍ଟାରଲିଙ୍କ୍ ଉପରେ ସୂର୍ଯ୍ୟଙ୍କ କ୍ରୋଧ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।