Student Found Dead in School Toilet: ୧୩ ବର୍ଷୀୟ ବାଳକର ହୃଦଘାତରେ ମୃତ୍ୟୁ! ସ୍କୁଲ ଟଏଲେଟରୁ ମିଳିଲା ମୃତଦେହ

Sep 08, 2026 - 14:27
Student Found Dead in School Toilet: ୧୩ ବର୍ଷୀୟ ବାଳକର ହୃଦଘାତରେ ମୃତ୍ୟୁ! ସ୍କୁଲ ଟଏଲେଟରୁ ମିଳିଲା ମୃତଦେହ

ମୃତ୍ୟୁ କେତେବେଳେ ଆସିବ, କିଏ ବା କହିବ! ମୃତ୍ୟୁ ଓ ରୋଗ ନା ମଣିଷ ଦେଖେ ନା ବୟସ। ଖେଳିବା ଓ ପାଠ ପଢ଼ିବା ବୟସରେ ଜଣେ ୧୩ ବର୍ଷର ଛାତ୍ରଙ୍କ ଅଚାନକ ମୃତ୍ୟୁ ପୂରା ପରିବାରକୁ ଭାଙ୍ଗି ଦେଇଛି। 

ଉତ୍ତରପ୍ରଦେଶର ମେରଠର ମାୱାନା ତହସିଲ ଅଞ୍ଚଳର ଏକ ଘରୋଇ ସ୍କୁଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସ୍କୁଲ ଶୌଚାଳୟରେ ନାବାଳକ ଛାତ୍ର ଜଣକ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଭାବେ ହୃଦଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲେ ହେଁ ପୋଷ୍ଟମର୍ଟମ ପରେ ହିଁ ପ୍ରକୃତ କାରଣ ଜଣାପଡିବ।

ମାୱାନାର କଳାୱାଡା ଏରୋଡ୍ରମର କାବିଲି ଗେଟ୍ ନିବାସୀ ଧର୍ମେନ୍ଦ୍ର ଶର୍ମାଙ୍କର ଏକ ୧୩ ବର୍ଷର ପୁଅ କୁନାଲ ଶର୍ମା ସବୁଦିନ ଭଳି ସୋମବାର ବି ସ୍କୁଲ ଯାଇଥିଲେ। ହେଲେ ସ୍କୁଲରୁ ଘରକୁ ଫେରିବା ପାଇଁ ଅଟୋ ପାଖକୁ ଆସିନଥିଲେ। ଯାହାପରେ ଅଟୋ ଡ୍ରାଇଭର ଜଣକ ସ୍କୁଲ ଭିତରକୁ ଯାଇ ଖୋଜାଖୋଜି କରିଥିଲେ। 

ବହୁ ଖୋଜାଖୋଜି ପରେ କୁନାଲ ସ୍କୁଲ ଶୌଚାଳୟରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କୁନାଲଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।