Student union election: ଜିଏମ୍‌ୟୁରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ସଭାପତି, ସଙ୍କେତ ସାହୁ ଉପସଭାପତି

Oct 15, 2026 - 16:24
Student union election: ଜିଏମ୍‌ୟୁରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ସଭାପତି, ସଙ୍କେତ ସାହୁ ଉପସଭାପତି

"ସମ୍ବଲପୁର (ଗାର୍ଗୀ ଶତପଥୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି।

ଏଥିରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ସଭାପତି, ସଙ୍କେତ ସାହୁ ଉପସଭାପତି ଏବଂ ନିଖିଲ ଅଗ୍ରୱାଲ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।Advertisment ସଭାପତି ପଦ ପାଇଁ ହୋଇଥିବା ନିର୍ବାଚନରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ୮୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କରଣମୟ ସାହୁ ୭୬ ଖଣ୍ଡ ଏବଂ ପ୍ରିୟଭଦ୍ରା ଏସ୍‌.

ପ୍ରୁଷ୍ଟି ୪ ଖଣ୍ଡ ଭୋଟ୍ ପାଇଛନ୍ତି।

ସ୍ୱାଧୀନ ୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଏହି ପଦ ପାଇଁ ମୋଟ ୧୬୪ ଖଣ୍ଡ ଭୋଟ୍ ପଡ଼ିଥିଲା।

ସେହିପରି ଉପସଭାପତି ପଦରେ ସଙ୍କେତ ସାହୁ ୧୦୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରତ୍ୟାଶା ଧର ୪୬ ଖଣ୍ଡ ଏବଂ ଯୋଗେନ୍ଦ୍ର କୁମାର ମଲ୍ଲିକ ୧୪ ଖଣ୍ଡ ଭୋଟ୍ ପାଇଛନ୍ତି।

ସଙ୍କେତ ୫୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସାଧାରଣ ସମ୍ପାଦକ ପଦରେ ନିଖିଲ ଅଗ୍ରୱାଲ ୯୬ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାହୁଲ ମେହେର ୫୩ ଖଣ୍ଡ ଏବଂ କିସ୍ମତ ପାଣ୍ଡେ ୧୨ ଖଣ୍ଡ ଭୋଟ୍ ପାଇଛନ୍ତି।

ନିଖିଲ ୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ ଆଥଲେଟିକ୍‌ କ୍ଲବ୍‌ର ସହକାରୀ ସମ୍ପାଦକ ପଦରେ କିରଣ ମଲ୍ଲିକ ୯୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶୁଭମ କୁମାର ମିଶ୍ର ୩୯ ଖଣ୍ଡ ଭୋଟ୍ ପାଇଛନ୍ତି।

କିରଣ ୫୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସାଂସ୍କୃତିକ ସଂଘର ସମ୍ପାଦକ ପଦରେ ଶ୍ରୀତି ସ୍ୱରୂପା ଆଚାର୍ଯ୍ୟ ୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ପ୍ରିୟବ୍ରତା ବେହେରା ୫୧ ଖଣ୍ଡ ଏବଂ ସ୍ୱାଗତ ସାହୁ ୪୦ ଖଣ୍ଡ ଭୋଟ୍ ପାଇଛନ୍ତି।

ଶ୍ରୀତି ୨୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। 🔴Student union election: ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି?

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌… ସାଂସ୍କୃତିକ ସଂଘର ସହକାରୀ ସମ୍ପାଦକ ପଦରେ ଅଂଶୁମାନ ଗୁରୁ ୧୦୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରୀତମ ସାହୁ ୫୦ ଖଣ୍ଡ ଭୋଟ୍ ପାଇଛନ୍ତି।

ଅଂଶୁମାନ ୫୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେହିପରି ସାମାଜିକ ସେବା ସଂଘ (ଏସ୍‌ଏସ୍‌ଜି)ର ସମ୍ପାଦକ ପଦରେ ଦେବାଶିଷ ସା ୧୦୦ ଭୋଟ୍ ପାଇଛନ୍ତି।

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହୃଷୀକେଶ ବାଗ ୫୫ ଖଣ୍ଡ ଭୋଟ୍ ପାଇଛନ୍ତି।

ଦେବାଶିଷ ୪୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ପ୍ରତିନିଧି ସମ୍ପାଦକୀୟ ବୋର୍ଡ ପାଇଁ ହୋଇଥିବା ନିର୍ବାଚନରେ ବିବେକ ରଞ୍ଜନ ତିୱାରୀ ୧୦୪ ଏବଂ ତୁଷାର ରଞ୍ଜନ ସେଠ ୮୬ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ପକ୍ଷରୁ ନିର୍ବାଚନର ଅସ୍ଥାୟୀ ଫଳାଫଳ ପ୍ରକାଶ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।