04 OCTOBER 2026

Welcome!

Unlock your personalized experience.
Sign Up

Subarnarekha: ସୁବର୍ଣ୍ଣରେଖାରେ ଗଲା ୩ ଜୀବନ: ବୁଡ଼ିଗଲେ ୨ ନାବାଳକ, ଭାସିଗଲେ ପର୍ଯ୍ୟଟକ

Oct 04, 2026 - 04:41
Subarnarekha: ସୁବର୍ଣ୍ଣରେଖାରେ ଗଲା ୩ ଜୀବନ: ବୁଡ଼ିଗଲେ ୨ ନାବାଳକ, ଭାସିଗଲେ ପର୍ଯ୍ୟଟକ

ଜଳେଶ୍ୱର/ବସ୍ତା/କୁଳିଦା: ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ଜଣ ସ୍ଥାନୀୟ ନାବାଳକ ଓ ଉତ୍ତର ପ୍ରଦେଶର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ରାଜପୁର ଗାଁ ନିକଟରେ ଘଟିଥିବା ବେଳେ ଦ୍ବିତୀୟ ଘଟଣା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଅଞ୍ଚଳରେ ଘଟିଛି।

Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’

ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ ଜଳେଶ୍ବର ବ୍ଲକ୍‌ ରାଜପୁର ଗାଁ ଚଳତାବାଡ଼ି ସ୍ପର୍‌ ନିକଟ ସୁବର୍ଣ୍ଣରେଖା ନଦୀରେ ଝାଡ଼େଶ୍ବରପୁର ଗ୍ରାମର ସେକ ସାମସୁଦ୍ଦିନ ସାହାଙ୍କ ପୁତ୍ର ସେକ ସାମସେର ସାହା (୧୫), ସେକ ସିରାଜୁଦ୍ଦିନଙ୍କ ପୁତ୍ର ସେକ ଜିସାନ (୧୦) ଓ ସେକ ମୁସାରଫ (୧୨) ଗାଧୋଉଥିଲେ। ନଦୀର ପ୍ରଖର ସୁଅରେ ସାମସେର ଓ ଜିସାନ ଭାସିଯାଇଥିବା ବେଳେ ମୁସାରଫ୍ ଅଳ୍ପକେ ବର୍ତ୍ତି ଯାଇଥିଲେ। ଜଳେଶ୍ବର ଅଗ୍ନିଶମ ବାହିନୀ ଓ ବାଲେଶ୍ବରରୁ ଓଡ୍ରାଫ୍ ଟିମ୍‌ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପ୍ରଥମେ ସାମସେର ଓ ସନ୍ଧ୍ୟାରେ ଜିସାନଙ୍କ ଶବ ଉଦ୍ଧାର କରିଥିଲେ। ସାମସେର ଜଳେଶ୍ୱର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଜିସାନ ସ୍ଥାନୀୟ ଏକ ମଦ୍ରାସାରେ ପଢୁଥିଲେ। 

Dairy: ନେସ୍‌ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ

ସେହିପରି ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତର ସୁବର୍ଣ୍ଣରେଖା ନଦୀ ବେଣାପୁରା ବାରୁଣୀ ଘାଟରେ ଗାଧୋଇବା ବେଳେ ଉତ୍ତରପ୍ରଦେଶ ନୟନପାରା ଅଞ୍ଚଳର ଅଶୋକ କୁମାର ପାଠକ (୪୮)ଙ୍କ ମୃତ୍ୟୁ ଘଟିଛି। ଅଶୋକ ତୀର୍ଥ କରିବା ପାଇଁ ସପରିବାର ବସ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ସ୍ନାନଶୌଚ ହେବା ପାଇଁ ନଦୀଘାଟରେ ଅଟକି ଥିଲେ। ସକାଳ ପ୍ରାୟ ୮ଟା ସମୟରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସୁଅରେ ଭାସି ଯାଇଥିଲେ। ବସ୍ତା ଅଗ୍ନିଶମ କର୍ମଚାରୀ ପ୍ରାୟ ଦୁଇ ଘଣ୍ଟା ପରେ ଅଶୋକଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।