Subhashree Missing for Six Days: ଶୁଭଶ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼, ୮ ଜଣଙ୍କୁ ଛାଡ଼ିଲା ରାଜନଗର ପୋଲିସ
କେନ୍ଦ୍ରାପଡା ରାଜନଗର ରାଜପୁର ଗାଁର ଶୁଭଶ୍ରୀ ନିଖୋଜ ମାମଲାରେ ୮ ଜଣଙ୍କୁ ଛାଡ଼ିଲା ପୋଲିସ। ଅଟକ ପରିବାରର ୬ ସମେତ ୮ ଜଣଙ୍କୁ ଛାଡ଼ିଛି ରାଜନଗର ପୋଲିସ। ପୋଲିସ ଛାଡ଼ିବା ପରେ ଗଣମାଧ୍ୟମକୁ ଶୁଭଶ୍ରୀଙ୍କ ବାପା କହିଛନ୍ତି ଯେ ନିଖୋଜ ଶୁଭଶ୍ରୀ ଜଣେ ମାନସିକ ରୋଗୀ । ତାଙ୍କ ଚିକିତ୍ସା କରାଉଥିଲୁ।
ଶୌଚ ହେବାକୁ ନଦୀକୁ ଯାଇ ନିଖୋଜ ଅଛି, ଏଯାଏଁ ପାଇନୁ ବୋଲି ସେ କହିଛନ୍ତି। ସେପଟେ ଆଜି ହଂସୁଆ ନଦୀରେ ତୃତୀୟ ଦିନରେ ଅଗ୍ନିଶମ ଟିମ୍ ର ଖୋଜାଖୋଜି କରିଛି। ୬ ଦିନ ହେଲାଣି ନିଖୋଜ ଅଛନ୍ତି ରାଜପୁର ଗାଁର ଶୁଭଶ୍ରୀ।...
ଶୁଭଶ୍ରୀ ସସପେନ୍ସ: ୮ ଜଣଙ୍କୁ ଛାଡ଼ିଲା ପୋଲିସ
ଅଟକ ପରିବାରର ୬ ସମେତ ୮ ଜଣଙ୍କୁ ଛାଡ଼ିଲା ରାଜନଗର ପୋଲିସ
ପୋଲିସ ଛାଡ଼ିବା ପରେ ଗଣମାଧ୍ୟମକୁ ଶୁଭଶ୍ରୀଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା
ନିଖୋଜ ଶୁଭଶ୍ରୀଙ୍କୁ ମାନସିକ ରୋଗୀ କହିଲେ ବାପା ସୁବାସ ଦାସ
'ଝିଅ ଶୁଭଶ୍ରୀ ମାନସିକ ରୋଗୀ ଥିଲା, ଚିକିତ୍ସା କରାଉଥିଲୁ'
'ଶୌଚ ହେବାକୁ ନଦୀକୁ ଯାଇ ନିଖୋଜ ଅଛି, ଏଯାଏଁ ପାଇନୁ'
ଆଜି ହଂସୁଆ ନଦୀରେ ତୃତୀୟ ଦିନରେ ଅଗ୍ନିଶମ ଟିମର ଖୋଜାଖୋଜି
୬ ଦିନ ହେଲାଣି ନିଖୋଜ ଅଛି ରାଜପୁର ଗାଁର ଶୁଭଶ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।