Sunny Deol: ମଦ୍ୟପାନ କରନ୍ତି ନାହିଁ ସନି ଦେଓଲ,ବଖାଣିଲେ ନିଜ ଜୀବନର ଅକୁହା କଥା

Aug 16, 2026 - 20:04
Sunny Deol: ମଦ୍ୟପାନ କରନ୍ତି ନାହିଁ ସନି ଦେଓଲ,ବଖାଣିଲେ ନିଜ ଜୀବନର ଅକୁହା କଥା

"ନୂଆଦିଲ୍ଲୀ: ସନି ଦେଓଲ ବଲିଉଡର ଜଣେ ଜଣାଶୁଣା ଚେହେରା, ଯିଏକି ଅନେକଗୁଡ଼ିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି।

ନିକଟରେ ସେ ନିଜର ନୂଆ ଫିଲ୍ମ "ବଟବାରା ୧୯୪୭"କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ଏକ ପଡକାଷ୍ଟରେ ସେ ନିଜ କ୍ୟାରିୟର, ଜୀବନରେ ସମ୍ମୁଖିନ କରିଥିବା ସମସ୍ୟା, ଅଭିନେତା ହେବାର ଯାତ୍ରା ଏବଂ ମଦ୍ୟପାନ ଓ ସିଗାରେଟ୍ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି।

Advertisment ମୋ ବାପା ହିଁ ମୋ ପ୍ରେରଣା: ସନି ସନି ଦେଓଲ କହିଛନ୍ତି ଯେ ସ୍କୁଲପାଠ ପଢ଼ା ଶେଷ କରିବା ପରେ ହିଁ ସେ ଅଭିନେତା ହେବାକୁ ଚିନ୍ତା କରିଥିଲେ।

ଏହା ପୂର୍ବରୁ ଅଭିନୟକୁ ନେଇ ମୋର ବେଶୀ ଆଗ୍ରହ ନଥିଲା।

ସେତେବେଳେ ମୋର ବାପା ଧର୍ମେନ୍ଦ୍ର ସୁପରଷ୍ଟାର ଥିଲେ  ଏବଂ ତାଙ୍କ ଅଭିନୟ ସମସ୍ତଙ୍କୁ ବହୁତ ଭଲ ମଧ୍ୟ ଲାଗୁଥିଲା।

ବାପାଙ୍କୁ ଦେଖି ମୁଁ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲି।

ପରେ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ଧର୍ମେନ୍ଦ୍ରଙ୍କ ପୁରୁଣା ଫିଲ୍ମରୁ ମୁଁ ଅନେକ କଥା ଶିଖିଲି ଏବଂ କାମ କରିବାକୁ ପ୍ରେରଣା ମଧ୍ୟ ପାଇଥିଲି। "ରାଜନୀତି ଦୂରରେ ରହିବା ଉଚିତ" ସନି ନିଜ କ୍ୟାରିୟରରକୁ ନେଇ ମଧ୍ୟ ମତ ରଖିଛନ୍ତି।

ସେ କହିଛନ୍ତି "ଗଦର" ଭଳି ବ୍ଲକବ୍ଲଷ୍ଟର ଫିଲ୍ମ କରିସାରିବା ପରେ ମଧ୍ୟ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା।

ଫିଲ୍ମ ଇଣ୍ଡଷ୍ଟ୍ରିର ଧାରା ବଦଳିବା ସହ ରାଜନୀତି ମଧ୍ୟ ଚଳଚ୍ଚିତ୍ର ଉପରେ ଗଭୀର ପ୍ରଭାବ ପକାଇଥିଲା।

ଛୋଟବେଳୁ ମୁଁ ଅନେକ କଥା ଦେଖିଛି  ସଫଳତା ତାଙ୍କ ମନରେ କେବେବି ଅହଂକାର ଆଣିନାହିଁ।

ସେ କହିଛନ୍ତି ସଫଳତାର ନିଶାରେ ସେ କେବେ ପ୍ରଭାବିତ ହୋଇନାହାନ୍ତି।

ଛୋଟବେଳୁ ସେ ଜୀବନର ଝଡ଼ଝଞ୍ଜାର ସାମ୍ନା କରିଛନ୍ତି।

ତେଣୁ ସଫଳତା କିମ୍ବା ବିଫଳତା ତାଙ୍କୁ ଅଧିକ ପ୍ରଭାବିତ କରିପାରେ ନାହିଁ।

ମଦ୍ୟପାନ ଏବଂ ସିଗାରେଟ୍ ସମ୍ପର୍କରେ ମଧ୍ୟ ସନି ଦେଓଲ ନିଜ ଅନୁଭୂତି ସେୟାର କରିଛନ୍ତି।

ଯୁବାବସ୍ଥାରେ ବିଦେଶରେ ପଢୁଥିବା ସମୟରେ ସେ ମଦ୍ୟପାନ ଓ ସିଗାରେଟ୍ ପିଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଏହା ତାଙ୍କୁ ପସନ୍ଦ ଆସିନଥିଲା।

ତେଣୁ ଏହାକୁ ସେ ନିୟମିତ ଅଭ୍ୟାସରେ ପରିଣତ କରିନ ଥିଲେ।

ସକାଳୁ ଶୀଘ୍ର ଉଠିବା ଏବଂ ଦିନକୁ ସକାରାତ୍ମକ ଭାବେ ଆରମ୍ଭ କରିବାକୁ ସେ ପସନ୍ଦ କରନ୍ତି ବୋଲି କହିଛନ୍ତି।

ଆସୁଛି ସନିଙ୍କ "ପାର୍ଟିସନ୍ ୧୯୪୭" ଏପଟେ ସନି ଦେଓଲଙ୍କ ଆଗାମୀ ଫିଲ୍ମ "ବଟବାରା ୧୯୪୭"କୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।

ଫିଲ୍ମରେ ସନିଙ୍କ ସହ ପ୍ରୀତି ଜିଣ୍ଟା ଓ ଶବାନା ଆଜମୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଆମିର ଖାନ ଏହାର ପ୍ରଯୋଜନା କରିଥିବା ବେଳେ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।