Supreme Court Flags India's Falling Fertility Rate: ଭାରତରେ କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା! ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
ଭାରତରେ କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା।
ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
ଦିନେ ଯେଉଁ ଦେଶ ଜନସଂଖ୍ୟା ବିସ୍ଫୋରଣକୁ ନେଇ ଚିନ୍ତିତ ଥିଲା, ଏବେ ସେହି ଦେଶ ସାମ୍ନାରେ ଜନ୍ମହାର ହ୍ରାସ ଓ ବୟସ୍କ ଜନସଂଖ୍ୟା ବୃଦ୍ଧିର ଚ୍ୟାଲେଞ୍ଜ।
Advertisment ନଭେମ୍ବର ୪ ତାରିଖରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବା ଉପରେ ଥିବା କଟକଣାର ପ୍ରାସଙ୍ଗିକତା ଏବେ ପୁନର୍ବିଚାର ଆବଶ୍ୟକ କରୁଛି।
ଭାରତର ମୋଟ ପ୍ରଜନନ ହାର ୨୦୦୩ରେ ୩.୦୨ ଥିବାବେଳେ ୨୦୨୪ରେ ଏହା ଖସି ୧.୯ରେ ପହଞ୍ଚିଛି।
ଯାହା ୨.୧ର ପରିବର୍ତ୍ତନ ସ୍ତରଠାରୁ କମ୍।
ଅନ୍ୟପଟେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୨୦୧୧ରେ ପ୍ରାୟ ୧୦ କୋଟି ଥିବାବେଳେ ୨୦୩୬ ସୁଦ୍ଧା ୨୩ କୋଟି ଛୁଇଁବା ଆକଳନ କରାଯାଇଛି।
ସେହିପରି ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ଅନୁପାତ ମଧ୍ୟ ୩୦.୯ ପ୍ରତିଶତରୁ ଖସି ୨୦.୧ ପ୍ରତିଶତ ହେବା ଅନୁମାନ କରାଯାଇଛି।
Advertisment ଏହି ପରିବର୍ତ୍ତନ ଭବିଷ୍ୟତରେ କାମ କରିବା ବୟସର ଲୋକଙ୍କ ଅନୁପାତ ଉପରେ ଚାପ ପକାଇପାରେ।
ତେଣୁ ଅଧିକ ନିଯୁକ୍ତି, ଦକ୍ଷତା ବିକାଶ ଓ ମହିଳାଙ୍କ କର୍ମନିଯୁକ୍ତି ବଢ଼ାଇବା ଭାରତ ପାଇଁ ବଡ଼ ଆହ୍ୱାନ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।