Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସି‌ଗ୍‌ନେଚର୍ସ’

Sep 19, 2026 - 00:40
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସି‌ଗ୍‌ନେଚର୍ସ’

"ଭୁବନେଶ୍ବର: ତନିସ୍କର ବିବାହ ଅଳଙ୍କାର କେନ୍ଦ୍ରିତ ସବ୍‌-ବ୍ରାଣ୍ଡ୍‌ ରିଭା ପକ୍ଷରୁ "ୱେଡିଂ ସିଗ୍‌ନେଚର୍ସ" ନାମରେ ନୂଆ କଲେକ୍ସନ୍‌ ଶୁଭାରମ୍ଭ କରାଯାଇଛି।

ଏହି କଲେକ୍ସନ୍‌ରେ ଭାରତର ୬ଟି ପ୍ରମୁଖ ବିବାହ ପରମ୍ପରାକୁ ପ୍ରତିଫଳିତ କରୁଥିବା ସମ୍ପୂର୍ଣ୍ଣ ବ୍ରାଇଡାଲ ଜୁଏଲାରି ରହିଛି।

ଏଥିରେ ତାମିଲ, ତେଲୁଗୁ, ରାଜସ୍ଥାନୀ/ମାରୱାଡି, ଗୁଜରାଟୀ, ମରାଠୀ ଏବଂ ସର୍ବଭାରତୀୟ/ମେଟ୍ରୋ ଶୈଳୀ ସାମିଲ ହୋଇଛି।

ଏବେ କନ୍ୟାମାନଙ୍କ ବ୍ରାଇଡାଲ ଜୁଏଲାରି ଚୟନ ଧାରା ବଦଳି ଯାଇଛି।

ସେମାନେ ଗୋଟିଏ ମାତ୍ର ସେଟ୍‌ ଉପରେ ନିର୍ଭର ନକରି ବିବାହର ପ୍ରତ୍ୟେକ ଅବସର ପାଇଁ ଅଲଗା ଅଲଗା ଅଳଙ୍କାର ବାଛୁଛନ୍ତି।

Advertisment ଅନ୍‌ଲାଇନରେ ମଧ୍ୟ ଉପଲବ୍ଧ ଏହାକୁ ଦୃଷ୍ଟିରେ ରଖି "ୱେଡିଂ ସିଗ୍‌ନେଚର୍ସ"ରେ ବିବାହର ବିଭିନ୍ନ ଉତ୍ସବ ଓ ଅବସର ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସମ୍ପୂର୍ଣ୍ଣ ଜୁଏଲାରି ସମ୍ଭାର ଅଣାଯାଇଛି।

ଏହି ଅବସରରେ ତନିସ୍କର ଚିଫ୍‌ ମାର୍କେଟିଂ ଅଫିସର ପେଲକି ସେରିଂ କହିଛନ୍ତି ଯେ ଆଜିର କନ୍ୟାମାନେ ନିଜ ବିବାହର ପ୍ରତ୍ୟେକ ଦିଗକୁ ଅଧିକ ଚିନ୍ତାଶୀଳ ଭାବେ ଦେଖୁଛନ୍ତି।

ବିବାହର ସ୍ଥାନ ଓ ଉତ୍ସବଠାରୁ ଆରମ୍ଭ କରି ଫ୍ୟାସନ, ଫଟୋଗ୍ରାଫି ଓ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ଚୟନ ତାଙ୍କ କଳ୍ପନାର ବିବାହ ଅନୁଭୂତିକୁ ଆକାର ଦେଉଛି।

ବ୍ରାଇଡାଲ ଜୁଏଲାରିରେ ଆମେ ମଧ୍ୟ ଏପ୍ରକାର ଦୃଷ୍ଟିକୋଣ ପରିବର୍ତ୍ତନକୁ ପ୍ରତିଫଳିତ କରିଛୁ।

ରିଭା ବାଏ ତନିସ୍କର ୱେଡିଂ ସିଗନେଚର୍ସ କଲେକ୍ସନ ତନିସ୍କ ଷ୍ଟୋର ଓ ଅନ୍‌ଲାଇନରେ ଉପଲବ୍ଧ ହୋଇଛି।

Gold-Silver Price Hike: ସୁନା, ରୁପା ଦର ବଢ଼ିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।