Jayadev Vihar-Nandankanan Road: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ସମ୍ପ୍ରସାରଣ: ସରିଲା ମାଟି ପରୀକ୍ଷା, ହଟିଲା ଟ୍ରାଫିକ୍ କଟକଣା
"ଚନ୍ଦ୍ରଶେଖରପୁର: ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ନିର୍ମାଣ ହେବାକୁ ଥିବା ଫ୍ଲାଏଓଭର ପ୍ରକଳ୍ପ ଆଉ ପାଦେ ଆଗକୁ ବଢ଼ିଛି।
ଅଗଷ୍ଟ ୬ରୁ ଆରମ୍ଭ ହୋଇଥିବା ମାଟି ପରୀକ୍ଷଣ ଆଜି ଶେଷ ହୋଇଛି।
କଳିଙ୍ଗ ଷ୍ଟାଡିୟମର ୭ ଓ ୮ ନମ୍ବର ଗେଟ୍ ନିକଟ, ପାଲ୍ ହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକ ନିକଟରେ ମାଟି ପରୀକ୍ଷଣ କରାଯାଇଥିଲା।
ପ୍ରାୟ ଦେଢ଼ ମାସ ଧରି ଠିକା ସଂସ୍ଥାର କର୍ମଚାରୀ ମାଟି ପରୀକ୍ଷା କରିଛନ୍ତି।
Advertisment Rescue: ୨ ମା"ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ ଏହି ରାସ୍ତାର ପାଖାପାଖି ୧୮୦ଟି ସ୍ଥାନରେ ମୃତ୍ତିକା ପରୀକ୍ଷଣ ହୋଇଛି।
ଏଥିସହ ଭିଡ଼ ଦୃଷ୍ଟିରୁ ଲାଗୁ ହୋଇଥିବା ଟ୍ରାଫିକ୍ କଟକଣାକୁ ଆଜିଠାରୁ ହଟାଇ ଦିଆଯାଇଛି।
ଦାୟିତ୍ବରେ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଫ୍ଲାଏଓଭର ନିର୍ମାଣ ପାଇଁ ମାଟିର ମାନ ଠିକ୍ ରହିବା ନିତାନ୍ତ ଜରୁରି।
ତେଣୁ ଆମେ ୧୦ରୁ ୧୫ ଫୁଟ ଖୋଳି ମାଟିର ମାନ ପରୀକ୍ଷା କରିଛୁ।
ପ୍ରତି ମିଟରରେ ମାଟିର ମାନ କିଭଳି ରହୁଛି ତାହା ଅନୁଧ୍ୟାନ କରାଯାଇଥିଲା।
ଫ୍ଲାଏଓଭର ନିର୍ମାଣ କରାଗଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଦେଖିବାକୁ ମିଳିଛି।
ଟ୍ରାଫିକ୍ ଭିଡ଼ ସମୟରେ ମାଟି ପରୀକ୍ଷା କରିବା ସାମାନ୍ୟ କଷ୍ଟକର ଥିଲା।
ତଥାପି ଟ୍ରାଫିକ୍ ପୁଲିସର ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରରେ ଶେଷ ହୋଇଛି।
ଖୁବ୍ଶୀଘ୍ର ମାଟିର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ପୂର୍ତ୍ତ ବିଭାଗ ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ (ଗେଟ୍ ନଂ-୪)ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯କିମି ୫୦୦ ମିଟରର ରାସ୍ତାର ରୂପ ବଦଳିବ।
୬ଲେନ୍ ବିଶିଷ୍ଟ ଏହି ରାସ୍ତାକୁ ୮ଲେନ୍ କରାଯିବ।
ଏଥିସହ ସର୍ଭିସ୍ ରୋଡ୍ ରହିବ।
ଜୟଦେବବିହାର ଛକରେ ଏନ୍ଏଚ୍-୧୬ ଉପରେ ୪ଲେନ୍ କେବଲ୍ ଷ୍ଟେଡ୍ ସେତୁ ଜୟଦେବ ବିହାର ଫ୍ଲାଏଓଭର ଉପରେ ନିର୍ମାଣ କରାଯିବ।
କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ସମେତ କଳାରାହାଙ୍ଗ ଛକରେ ସ୍ବତନ୍ତ୍ର ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ସଂରଚନା, ଫ୍ଲାଏଓଭର ସହ ୮ଲେନ୍ ବିଶିଷ୍ଟ ରାସ୍ତା ରହିବ।
Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଅର୍ଥାତ୍ ଉପରେ ଫ୍ଲାଏଓଭରରେ ୪ଲେନ୍ ଓ ତଳେ ୪ଲେନ୍ ରାସ୍ତା କରାଯିବ।
ରାସ୍ତା କଡ଼ରେ ଡ୍ରେନେଜ୍ ସୁବିଧା, ୫.୫ମିଟରର ସର୍ଭିସ୍ ରୋଡ୍, ୭.୫ମିଟରର ସ୍ଲିପ୍ ରୋଡ୍, ଛକଗୁଡ଼ିକର ଉନ୍ନତି, ରାସ୍ତା ସୌନ୍ଦର୍ଯ୍ୟୀକରଣ, ରୋଡ୍ ମାର୍କିଂ, ରୋଡ୍ ଫର୍ଣ୍ଣିଚର୍, ସଡ଼କ ସୁରକ୍ଷା, ପାର୍କିଂ ବେ, ବ୍ରିଜ୍ ଆଲୋକୀକରଣ ବ୍ୟବସ୍ଥା ରହିବ।
ଏହି ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ ସହ ୧୦ବର୍ଷ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ତ୍ରୁଟି ଥିଲେ ତାକୁ ସଜାଡ଼ିବା, ରକ୍ଷଣାବେକ୍ଷଣ ପାଇଁ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ବ ଦେବାକୁ ସ୍ଥିର ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।