Tankapani Bridge: ଟଙ୍କପାଣି ବ୍ରିଜ୍ ଉପରେ ଯୁବକଙ୍କ ହାଇଡ୍ରାମା: ପୁଲିସ ବିରୋଧରେ ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ
"ବାଲିଅନ୍ତା: ବୁଧବାର ଅପରାହ୍ଣ ପ୍ରାୟ ୧ଟା।
ହଠାତ୍ ଟଙ୍କପାଣି ବ୍ରିଜ୍ ଉପରେ ଅଟକିଗଲା ଶହଶହ ଯାନବାହନ।
କାରଣ ସାମନ୍ତରାପୁରର ଚନ୍ଦନ ଜେନା କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ।
ଚନ୍ଦନ ବ୍ରିଜ୍ ବାଡ଼ା ଦେଇ ସୋଲାର୍ ଲାଇଟ୍ ଖମ୍ବରେ ଚଢ଼ିଯାଇଥିବା ଦେଖିବାକୁ ମିଳିଥିଲା।
ଲୋକେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେ କମିସନରେଟ୍ ପୁଲିସର ଅବହେଳାର ଶିକାର ହୋଇଥିବାରୁ ମରିବାକୁ ଯାଉଛନ୍ତି ବୋଲି ଚିତ୍କାର କରୁଥିଲେ।
ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।
ପୁଲିସ ଅବହେଳା ପ୍ରସଙ୍ଗରେ ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚନ୍ଦନ ସୋଲାର ବତୀଖଣ୍ଟରୁ ତଳକୁ ଓହ୍ଲାଇଥିଲେ।
ପ୍ରକୃତ କଥା ଜଣାପଡ଼ିବା ପରେ ଚନ୍ଦନଙ୍କ ହାଇଡ୍ରାମାକୁ ନେଇ ଖରା ବେଳଟାରେ ପାଖାପାଖି ଘଣ୍ଟାଏ କାଳ ବ୍ରିଜ୍ ଉପରେ ଫସିଥିବା ଲୋକେ ବିରକ୍ତ ହୋଇ ଫେରିଥିଲେ।
Advertisment Wildlife Week: "ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି" ଘଟଣା ଅନୁସାରେ କୌଣସି ଅଭିଯୋଗ ନେଇ ଚନ୍ଦନ ବାରମ୍ବାର ଲିଙ୍ଗରାଜ ଥାନାକୁ ଯାଉଥିଲେ।
ତାଙ୍କ ଅଭିଯୋଗ ଅନୁସାରେ ପୁଲିସ ଅବହେଳା ପ୍ରଦର୍ଶନ କରି ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା।
ତେଣୁ ବାଧ୍ୟହୋଇ ସେ ପୁଲିସକୁ ଦାୟୀ କରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ଆଜି ଥାନାରୁ ହତାଶ ହୋଇ ଫେରିବା ପରେ ସେ ଟଙ୍କପାଣି ବ୍ରିଜ୍ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
କିନ୍ତୁ ପୁଲିସ ଅବହେଳା ପ୍ରସଙ୍ଗ ଜଣାଇବାକୁ ସେ ବତୀଖୁଣ୍ଟରେ ଚଢ଼ି ଗଣମାଧ୍ୟମକୁ ଜଣାଇବାକୁ ଚିତ୍କାର କରିଥିଲେ।
Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।