10 OCTOBER 2026

Welcome!

Unlock your personalized experience.
Sign Up

Tasar cultivation: ଲୋପ ପାଇଗଲା ଟସର ଚାଷ: ଛତାବର ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ତାଲା

Oct 10, 2026 - 10:03
Tasar cultivation: ଲୋପ ପାଇଗଲା ଟସର ଚାଷ: ଛତାବର ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ତାଲା

ରିଆମାଳ (ଛତାବରରୁ ମନୋଜ ବେହେରା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଅଞ୍ଚଳରେ ଟସର ଚାଷ ବାଟବଣା ହୋଇଛି। ଏହି ବ୍ଲକ୍‌ ଅନ୍ତର୍ଗତ ନାଉଲିପଡ଼ା ପଞ୍ଚାୟତ ଛତାବରରେ ଥିବା ଦେବଗଡ଼ ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ବର୍ଷ ବର୍ଷ ହେଲା ତାଲା ଝୁଲୁଛି। କାର୍ଯ୍ୟାଳୟ ଦାୟିତ୍ବରେ କେହି ଅଧିକାରୀ ବା କର୍ମଚାରୀ ଅଛନ୍ତି ତାହା ବି ଜଣାପଡ଼ୁ ନାହିଁ। ଫଳରେ ରିଆମାଳ ବ୍ଲକ୍‌ର ଟସର ଚାଷୀମାନେ ନିରାଶ ହେଉଛନ୍ତି। ଅନ୍ୟପକ୍ଷ‌ରେ କାର୍ଯ୍ୟାଳୟର ମୁଖ୍ୟ କବାଟରେ ତାଲା ଝୁଲୁଥିଲେ ହେଁ ଅନ୍ୟ କବାଟ, ଝରକା ସବୁ ଖୋଲାରହିଛି। ଭିତରେ କିଛି ଲୁହା ସାମଗ୍ରୀ ଓ କିଛି ଅଦରକାରୀ ଟସର ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ନଷ୍ଟ ହେବାକୁ ବସିଲାଣି। ଚାରିଆଡ଼େ ଅନାବନା ଗଛ ଉଠି ଜଙ୍ଗଲ ପାଲଟିଲାଣି। ଲୋକେ କାର୍ଯ୍ୟାଳୟ ବାହାରେ ଗାଈଗୋରୁ ବାନ୍ଧୁଛନ୍ତି।

Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ

ଜନସାଧାରଣଙ୍କ କହିବାନୁଯାୟୀ, ୧୯୯୬-୯୭ ମସିହାରେ ଏହି ବ୍ଲକ୍‌ ଟସର ଚାଷରେ ରାଜ୍ୟରେ ନାଁ କରିଥିଲା। ଏଠାକାର ଚାଷୀମାନେ ଦୈନିକ ପ୍ରଚୁର ପରିମାଣରେ ଟସର ବିଭିନ୍ନ ସୂତାକଳକୁ ପଠାଉଥିଲେ। ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ଏଠାକାର ଟସର ଚାଷୀଙ୍କ ଉତ୍ସାହ ଓ ଉତ୍ପାଦନ ଦେଖି ଏକ ରେଶମ ସୂତାକଳ ସ୍ଥାପନ କରିବାକୁ ସରକାରଙ୍କୁ ଜଣାଇଥିଲେ। ମାତ୍ର ତାଙ୍କର ଅନ୍ୟତ୍ର ବଦଳି ପରେ ଏଠାରେ ସମସ୍ୟା ଉପୁଜିବା ସହ ଟସର ଚାଷ କମିବାରେ ଲାଗିଲା। ଚାଷୀମାନେ ମଧ୍ୟ ଏଥିପ୍ରତି ଆଉ ମନ ବଳାଇଲେ ନାହିଁ। ବର୍ତ୍ତମାନ ବ୍ଲକ୍‌ରେ ଟସର ଚାଷ ଆଉ ଦେଖିବାକୁ ମିଳୁ ନଥିବା ବେଳେ ତାହା ଲୋପ ପାଇଯାଇଛି। ଓଡ଼ିଶାରେ ଟସର ଚାଷର ଉନ୍ନତି ଏବଂ ଚାଷୀମାନଙ୍କର ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ବଡ଼ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ଓ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ଏହାକୁ ଏକ ଲାଭଜନକ ବ୍ୟବସାୟ ଭାବେ ଗଢ଼ିତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ ହେଉଛି।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ସରକାର ଚାଷୀମାନଙ୍କ ପାଇଁ ବୀମା ସୁବିଧା, ଇ-ମାର୍କେଟିଂ ଓ ବଜାର ସଂଯୋଗ, ଚାଷଜମିର ସୀମା ବୃଦ୍ଧି, ମାଗଣା ଜଙ୍ଗଲ ଜମି ଲିଜ୍, ଭିତ୍ତିଭୂମି, ବୈଷୟିକ ସହାୟତା,  ରିହାତି, ଉପକରଣ ଓ ପାଳନ ଗୃହ, ଉନ୍ନତ ବିହନ ଯୋଗାଣ, ଜଳସେଚନ, ସମବାୟ ସମିତି ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ରିଆମାଳ ବ୍ଲକରେ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏ ନେଇ ଦେବଗଡ଼ ରେଶମ ଶିଳ୍ପ ସହକାରୀ ନିର୍ଦ୍ଦେଶକ ସୁଧାଂଶୁବାଳା ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାର୍ଯ୍ୟାଳୟ କୋଠାର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଅବସରଗ୍ରହଣ କରିବା ପରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।