Teachers’ Federation Meets Minister ଗଣଶିକ୍ଷାମନ୍ତ୍ରୀଙ୍କୁ ଭେଟିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ
ଭୁବନେଶ୍ବର: ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ଓ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କାର୍ଯ୍ୟକାରୀ ତ୍ବରାନ୍ବିତ କରିବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆଜି (ଗୁରୁବାର) ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛି।
Advertisment Primary Teachers' Federation ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଆଜି ବିଭାଗୀୟ ମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ।
ଶିକ୍ଷକ ଓ ରାଜ୍ୟରେ ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଥିଲେ।
ସ୍ମାରକପତ୍ର ସମ୍ପର୍କରେ ଶ୍ରୀମତି ମହାପାତ୍ର କହିଛନ୍ତି, ଏଥିରେ ମୂଳ ଗ୍ରେଡ୍ପେରେ ବୃଦ୍ଧି, ଠିକା ସମୟ ଚାକିରୀରେ ଗଣନା, ଏଲ୍ଭିଏ ରେ ଅଧିକ ପଦବୀ ସୃଷ୍ଟି, ଏସ୍ଆଇଆର୍ରେ ନିୟୋଜିତ ଶିକ୍ଷକଙ୍କୁ ସୁରକ୍ଷା ପ୍ରଦାନ, ସ୍ୱାସ୍ଥ୍ୟ ବୀମା ପ୍ରଦାନ, ପଦବୀ ସଂଖ୍ୟା ବୃଦ୍ଧି, ପ୍ରାଥମିକ ଶିକ୍ଷକ ଙ୍କୁ ଅଣଶିକ୍ଷାଦାନ ଓ ଛୁଟି ସମୟରେ କାର୍ଯ୍ୟରେ ନିୟୋଜନ ନକରିବା, ସମ୍ପତ୍ତି ତାଲିକା ଦାଖଲ କରି ନ ଥିବା ଶିକ୍ଷକମାନଙ୍କୁ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଏଣ୍ଟ୍ରି ନିମନ୍ତେ ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି।
Odisha Primary teachers ଅସନ୍ତୋଷ ଜଣାଇଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେରେ ଠିକାଉଚ୍ଛେଦ ଏବଂ ଠିକା ଶିକ୍ଷକଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି।
Calcutta High Court: କଲିକତା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ଆଦେଶ ବାତିଲ ଏହି ସାକ୍ଷାତ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ, ଉପଦେଷ୍ଟା ସଂଗୀତା ଦାସ, ବରିଷ୍ଠ ଉପସଭାପତି ବିରଞ୍ଚି ନାରାୟଣ ଦାସ, ଉପସଭାପତି ସୁକାନ୍ତି ସାବୁତ, ରାଜ୍ୟ ସଂଯୋଜକ ମନୋଜ କୁମାର ସ୍ୱାଇଁ, ସଭାପତି ଖୋର୍ଦ୍ଧା ଯୁଧିଷ୍ଠିର ସାହୁ, ପୁରୀ ସମ୍ପାଦକ ଶିବଦତ୍ତ ନାୟକ, ଜିତରଞ୍ଜନ ମହାପାତ୍ର,, ଭୁବନେଶ୍ୱର ସଭାପତି ଶ୍ରୀକାନ୍ତ ମହାପାତ୍ର , ସମ୍ପାଦକ ସୁଧାଂଶୁ ଶେଖର କିଷାନ, ସହ ସମ୍ପାଦକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।