Teen Brothers Strangle Woman Over Affair: ପ୍ରେମ ସମ୍ପର୍କକୁ ବିରୋଧ; ଭଉଣୀକୁ ହତ୍ୟା କରି ଟାଙ୍ଗି ଦେଲେ ଦୁଇ ଭାଇ
ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଅନର୍ କିଲିଂର ଏକ ସାଂଘାତିକ ଘଟଣା।
ପ୍ରେମ ସମ୍ପର୍କକୁ ବିରୋଧ କରି ନିଜ ୨୧ ବର୍ଷୀୟ ଭଉଣୀଙ୍କୁ ଦୁଇ ଭାଇ ହତ୍ୟା କରିଥିବା ପୁଲିସ କହିଛି।
ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଘର ଭିତରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।
Advertisment ପୁଲିସ ସୂଚନା ଅନୁସାରେ, ଜାଖାଓଁ ଗାଁର ଖୁସି ବିନ୍ଦ (୨୧)ଙ୍କ ମୃତଦେହ ଗତ ନଭେମ୍ବର ୪ ତାରିଖରେ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ତେବେ ଶୁକ୍ରବାର ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
ଏହାପରେ ଖୁସିଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପଚରାଉଚରା ବେଳେ ଖୁସିଙ୍କ ଦୁଇ ସାନ ଭାଇ ସୂରଜ ବିନ୍ଦ (୧୮) ଏବଂ ତାଙ୍କ ୧୫ ବର୍ଷୀୟ ଭାଇ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ କହିଛି।
Advertisment ପୁଲିସର କହିବା ଅନୁଯାୟୀ, ଖୁସି ଜଣେ ଯୁବକଙ୍କ ସହ ଫୋନ୍ରେ କଥା ହେଉଥିଲେ।
ଏହି ସମ୍ପର୍କକୁ ପରିବାର ଲୋକେ ବିରୋଧ କରୁଥିଲେ।
ନଭେମ୍ବର ୪ ତାରିଖରେ ଖୁସି ଫୋନ୍ରେ କଥା ହେଉଥିବା ବେଳେ ଦୁଇ ଭାଇ ଏହାକୁ ବିରୋଧ କରିଥିଲେ।
ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ଦୁଇ ଭାଇ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।
ପରେ ମୃତଦେହକୁ ଫାଶୀରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ।
ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।