Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୪ ନିଲମ୍ବିତ
ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ ନେଇଛନ୍ତି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ତଦନ୍ତ କମିଟି ସୁପାରିସ ଆଧାରରେ ଏସ୍ସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଓ ଭାରତୀ ଟୁଡୁ। ଏଥିସହ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଓ ସୁଦର୍ଶନ ସନ୍ତରା।
Chief Minister: ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ: ମୁଖ୍ୟମନ୍ତ୍ରୀ
୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଡିଟିପି ସଂସ୍ଥା ଓ ପ୍ରିଣ୍ଟର୍ଙ୍କୁ କାରଣଦର୍ଶାଅ ନୋଟିସ୍
ଏସ୍ସିଇଆର୍ଟି ଦ୍ବାରା ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ ହେବ
ସବୁ ପିଲାଙ୍କୁ ମିଳିବ ସଂଶୋଧିତ ତଥ୍ୟ
ଖୋଲିବ କ୍ବାଲିଟି ଆସ୍ୟୁରାନ୍ସ ସେଲ୍
ଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବାକୁ ତଦନ୍ତ କମିଟି ପକ୍ଷରୁ ଦିଆଯାଇଥିବା ୧୪ଟି ସୁପାରିସକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ୭ ଦିନ ମଧ୍ୟରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ ହେବ। ପୁସ୍ତକରେ ଗୁରୁତର ତ୍ରୁଟି ଥିବା ପୃଷ୍ଠାଗୁଡ଼ିକର ବଦଳ କିମ୍ବା ସଂଶୋଧନ କରି ପୃଷ୍ଠା ଲଗାଯିବ। ସମସ୍ତ ପିଲାଙ୍କୁ ସଂଶୋଧିତ ସିଟ୍ ପ୍ରଦାନ କରାଯିବ। ସଂଶୋଧିତ ପିଡିଏଫ୍କୁ ସରକାରୀ ଶିକ୍ଷାଦାନ ସଂସ୍କରଣ ଭାବେ ଘୋଷଣା କରାଯିବା ସହ ଶିକ୍ଷକଙ୍କ ପାଇଁ ତୁରନ୍ତ ସଂଶୋଧନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। ତ୍ରୁଟି ପାଇଁ ଦାୟିତ୍ବ ନିର୍ଦ୍ଧାରଣ ହେବ। ଏସ୍ସିଇଆର୍ଟିରେ ଏକ କ୍ବାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଏନ୍ସିଇଆର୍ଟି ଢାଞ୍ଚାରେ ପ୍ରତି ବିଷୟ ପାଇଁ କରିକୁଲାର ଏରିଆ ଗ୍ରୁପ୍ ଓ ପାଠ୍ୟପୁସ୍ତକ ବିକାଶ କମିଟି ଗଠନ ହେବ। ଭବିଷ୍ୟତରେ ଯେପରି ଏଭଳି ସମ୍ବେଦନଶୀଳ ଭୁଲ୍ର ପୁନରାବୃତ୍ତି ନ ହେବ, ସେଥିପାଇଁ ଏକ ଚାରିସ୍ତରୀୟ ପ୍ରୁଫ୍ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍ ଲକ୍ଡ ପିଡିଏଫ୍ ପ୍ରଣାଳୀ ଜରିଆରେ ବହିଗୁଡ଼ିକୁ ସୁରକ୍ଷିତ କରାଯିବ। ଭାଷା, ଚିତ୍ର, ତଥ୍ୟ ଓ ମୁଦ୍ରଣଜନିତ ଚୂଡ଼ାନ୍ତ ଏକାଡେମିକ୍ ଅନୁମୋଦନ ବିନା କୌଣସି ବି ପାଠ୍ୟପୁସ୍ତକ ପ୍ରିଣ୍ଟିଂ ପ୍ରେସ୍କୁ ଯାଇପାରିବ ନାହିଁ। ପ୍ରତିଟି ନୂଆ ବହିର ପାଇଲଟ୍ ଟେଷ୍ଟିଂ କରାଯିବା ବାଧ୍ୟତାମୂଳକ ହେବ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଦାୟିତ୍ୱହୀନତା ପ୍ରଦର୍ଶନ କରିଥିବା ଡିଟିପି ସଂସ୍ଥା ଓ ପ୍ରିଣ୍ଟର୍ଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ପ୍ରତିଟି ଭୁଲ୍ ପାଇଁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ମାଟ୍ରିକ୍ସ ପ୍ରସ୍ତୁତ କରାଯାଇ ଦୋଷୀଙ୍କ ଉପରେ ଜରିମାନା ସହ ସେମାନଙ୍କୁ କଳାତାଲିକାଭୁକ୍ତ କରିବା ଭଳି କଠୋର ଦଣ୍ଡବିଧାନର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।