The Border of Relationship: ସଂପର୍କର ସରହଦ: ଓଡ଼ିଆ ଘରର ବିଦେଶୀ ବୋହୂ
"ସେମାନଙ୍କର ଦେଶ ଅଲଗା, ଭାଷା ଅଲଗା, ହେଲେ ହୃଦୟର ଭାଷା ସମାନ।
ଖାଦ୍ୟ ଅଲଗା ହେଲେ ବି ଭଲପାଇବାର ସ୍ୱାଦ କିନ୍ତୁ ଏକ।
ଆଉ ସଂସ୍କୃତି ଭିନ୍ନ ହେଲେ ବି ସାଥୀ ହୋଇ ଚାଲିବାର ସ୍ୱପ୍ନ ଗୋଟିଏ।
ଇଏ ହେଉଛି ଶୁକଦେବ ଓ ତମାରା, ପାୟଲ୍ ଓ କାଇଲ୍ ଏବଂ ରାକେଶ୍ ଓ ଟେରାହୁଙ୍କ ଜୀବନର ମଞ୍ଜକଥା।
ଓଡ଼ିଆ ପୁଅର ବିଦେଶୀ ବୋହୂ, ପୁଣି ଓଡ଼ିଆ ଝିଅର ପରଦେଶୀ ଜ୍ବାଇଁ!
ମନ ମିଶିଲା ବୋଲି ବିବାହ କଲେ, ଭାବନା-ଭାଷା, ପୋଷାକପରିଚ୍ଛଦ ଓ ଚାଲିଚଳଣି ତ ସମୟାନୁସାରେ ସଜାଡ଼ି ନେଲେ, କିନ୍ତୁ ଖାଦ୍ୟପେୟ ଓ ଆଦବକାଇଦା ମାମଲାରେ କେମିତି ଉଭୟ ପରସ୍ପର ସହ ଖାପଖୋଇଲେ?
ଆସନ୍ତୁ ଜାଣିବା ସେମାନଙ୍କ ଜୀବନର ରୋଚକ କାହାଣୀ...
Advertisment Education: "ଏନ୍ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ଶୁଚିସ୍ମିତା ବାରିକ ଭିନ୍ନତା ବଢ଼ାଇଛି ପ୍ରେମର ଗଭୀରତାକେବେ କେବେ ଅକସ୍ମାତ୍ ସାକ୍ଷାତ ଜୀବନସାରାର ସମ୍ପର୍କରେ ପରିଣତ ହୋଇଯାଏ।
ଶୁକଦେବ ଓ ତମାରାଙ୍କ ପ୍ରେମ କାହାଣୀ ଠିକ୍ ସେମିତି।
ପ୍ରାୟ ପାଞ୍ଚ ବର୍ଷ ତଳେ ମାଲ୍ଦିଭସ୍ରେ ଦୁହେଁ ପରସ୍ପରଙ୍କୁ ଭେଟିଥିଲେ।
ଶୁକଦେବ ଭଦ୍ରକର ବାସିନ୍ଦା ହୋଇଥିବା ବେଳେ ତମାରାଙ୍କ ଘର ୟୁରୋପ୍ରେ।
ପ୍ରଥମ ସାକ୍ଷାତ ପରେ ଆରମ୍ଭ ହେଲା କଥାବାର୍ତ୍ତା।
ପ୍ରାୟ ବେର୍ଷ ଧରି ପରସ୍ପରଙ୍କୁ ଜାଣିବା ପରେ ତମାରା ଭାରତ ଆସିଲେ ଏବଂ ପରେ ଶୁକଦେବ ମଧ୍ୟ ୟୁରୋପ୍ ଗଲେ।
ଦୁହିଁଙ୍କ ଆତ୍ମୀୟତା ଶେଷରେ ପ୍ରେମର ରୂପ ନେଲା।
ପ୍ରାୟ ତିନି ବର୍ଷ ପରେ ଶୁକଦେବ ତମାରାଙ୍କ ସହ ସମ୍ପର୍କ ବିଷୟରେ ପରିବାରକୁ ଜଣାଇଲେ।
ତମାରା ମଧ୍ୟ ନିଜ ପରିବାରଠାରୁ ଅନୁମତି ଆଣି ଭାରତ ଚାଲିଆସିଲେ।
ଦୁହେଁ ବିବାହ କଲେ।
ଓଡ଼ିଶା ଆସିବା ପରେ ତମାରାଙ୍କୁ ଗାଁର ବାତାବରଣ ଓ ଲୋକଙ୍କ ସରଳ ଜୀବନଶୈଳୀ ଭଲ ଲାଗିଲା।
ଧୀରେ ଧୀରେ ସେ ଓଡ଼ିଆପଣ ଆପଣାଇ ନେଲେ।
ଶୁକଦେବଙ୍କଠାରୁ ଓଡ଼ିଆ ଭାଷା ଶିଖିଲେ।
ପ୍ରଥମେ ତାଙ୍କ ଉଚ୍ଚାରଣ ନେଇ ଶୁକଦେବ ହସୁଥିଲେ, କିନ୍ତୁ ତମାରା ତାଙ୍କ ଚେଷ୍ଟାରୁ ନିବୃତ୍ତ ହୋଇନଥିଲେ।
ବିଶେଷକରି ତାଙ୍କର "ମୁଁ ତୁମକୁ ଭଲ ପାଏ" କହିବାର ତରିକା ଶୁକଦେବଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି।
ଖାଲି ଭାଷା ନୁହେଁ, ଓଡ଼ିଆ ଖାଦ୍ୟ ମଧ୍ୟ ତମାରାଙ୍କ ମନ ଜିଣିଛି।
ପଖାଳ ଭାତ, ଆଳୁଭଜା, ମାଛଭଜା ଓ ଡାଲି ମଧ୍ୟରୁ ବିଶେଷକରି ପଖାଳ ଓ ଆଳୁଭଜା ତାଙ୍କର ବେଶ୍ ପସନ୍ଦ।
ଭାରତୀୟ ପୋଷାକ ପିନ୍ଧିବା ମଧ୍ୟ ତମାରାଙ୍କ ପାଇଁ ଏକ ଖାସ୍ ଅନୁଭୂତି।
ସେ ଶାଢ଼ି, ସିନ୍ଦୂର ଓ ଶଙ୍ଖା ପିନ୍ଧି ଖୁସି ହୁଅନ୍ତି।
ସମସ୍ତଙ୍କୁ ଯଥାଯୋଗ୍ୟ ସମ୍ମାନ ଦେବା ସହ ବଡ଼ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ବି ନିଅନ୍ତି।
ଶୁକଦେବ ଓ ତମାରା ଦୁଇଟି ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ଭାଷା, ଖାଦ୍ୟ ଓ ପରମ୍ପରାର ଭିନ୍ନତା କେବେ ସେମାନଙ୍କ ସଂପର୍କରେ ବାଧା ହୋଇନାହିଁ, ବରଂ ପରସ୍ପରଙ୍କର ସଂସ୍କୃତିକୁ ଜାଣିବା ଓ ସମ୍ମାନ କରିବା ସେମାନଙ୍କ ସମ୍ପର୍କକୁ ଆହୁରି ଗଭୀର କରିଛି।
Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ଅଦ୍ଭୁତ ସଂଯୋଗ, ଅନନ୍ୟ ଆକର୍ଷଣ ରାକେଶ୍ ମହାନ୍ତି ଓ ଟେରେଜିଆ ନୋସ୍କୋଭାଙ୍କ ସଂପର୍କ ଏକ ଅପ୍ରତ୍ୟାଶିତ ପ୍ରେମ କାହାଣୀ।
ଗୋଆର ସମୁଦ୍ରକୂଳରୁ ଆରମ୍ଭ ହୋଇଥିବା ସମ୍ପର୍କ ଆଜି ଓଡ଼ିଶାରେ ପହଞ୍ଚିଛି।
ରାକେଶ୍ ଯାଜପୁରର ଏକ ବ୍ୟବସାୟୀ ପରିବାର ଦାୟାଦ ହୋଇଥିବା ବେଳେ ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାରେ ଜନ୍ମିତ ଟେରେଜିଆ ନୋସ୍କୋଭା। "ଟେରାହୁ" ନାମରେ ପରିଚିତ ଟେରେଜିଆ ଜଣେ ଥେରାପିଷ୍ଟ୍ ଓ ବୈଦିକ ଜ୍ୟୋତିଷୀ।
ଗୋଆରେ ରାକେଶ୍ ଓ ଟେରାହୁଙ୍କ ପ୍ରଥମ ଦେଖା।
ଏକ ବିଚ୍ ଶ୍ୟାକ୍ରେ ଆରମ୍ଭ ହୋଇଥିବା ସାଧାରଣ କଥାବାର୍ତ୍ତା କ୍ରମେ ପ୍ରେମର ରୂପ ନେଇଥିଲା।
ରାକେଶ ଘରକୁ ଫେରିବାର ମାତ୍ର ୧୦ ଦିନ ପରେ ଟେରାହୁ ତାଙ୍କୁ ଭେଟିବାକୁ ଓଡ଼ିଶା ଆସିଥିଲେ।
ଭୁବନେଶ୍ୱରରୁ ବାଇକ୍ରେ ପୁରୀ ଯାତ୍ରା, କୋଣାର୍କ ବେଳାଭୂମିରେ ଟେଣ୍ଟ୍ରେ ରହଣି ଭଳି ମୁହୂର୍ତ୍ତ ସେମାନଙ୍କ ପ୍ରିୟ ସ୍ମୃତି ପାଲଟିଥିଲା।
ପରେ ତିରୁଭନ୍ନାମଲାଇରେ ପ୍ରାୟ ଏକ ମାସ ରହିବା ପରେ ଦୁହେଁ ସାରା ଜୀବନ ଏକାଠି ରହିବାର ନିଷ୍ପତ୍ତି ନେଲେ।
ଶେଷରେ ୨୦୨୫ରେ ରାକେଶ୍ ଓ ଟେରାହୁ ବିବାହ ବନ୍ଧନରେ ଆବଦ୍ଧ ହେଲେ।
ଭିନ୍ନ ଦେଶ ଓ ସଂସ୍କୃତିର ଝିଅ ଘରର ବୋହୂ ହେବା ରାକେଶ୍ଙ୍କ ପରିବାର ପାଇଁ ନୂଆ ଅନୁଭୂତି ଥିଲା।
କିନ୍ତୁ ଟେରାହୁଙ୍କୁ ସେମାନେ ନିଜ ଝିଅ ପରି ଆପଣାଇନେଲେ।
Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ ଟେରାହୁ କହନ୍ତି, “ଭୁବନେଶ୍ୱରରେ ପାଦ ଦେବା ସମୟରୁ ହିଁ ମୋତେ ଓଡ଼ିଶା ଘର ଭଳି ଲାଗିଥିଲା।” ଓଡ଼ିଶାର ପ୍ରକୃତି, ଶାନ୍ତ ପରିବେଶ, ପ୍ରାଚୀନ ମନ୍ଦିର ଓ ଆଧ୍ୟାତ୍ମିକ ପରମ୍ପରା ତାଙ୍କୁ ଗଭୀର ଭାବେ ଆକର୍ଷିତ କରିଛି।
ବିଶେଷକରି ଓଡ଼ିଆ ଲୋକଙ୍କ ଆତିଥ୍ୟ ତାଙ୍କୁ ଅଭିଭୂତ କରିଛି।
ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ "ଟେରା ହୁ" ମାଧ୍ୟମରେ ନିଜ ଜୀବନର ଟିକ୍ନିକ୍ କଥାକୁ ଲୋକଙ୍କ ସହ ବାଣ୍ଟୁଛନ୍ତି।
ଏବେ ଜାରି ରହିଛି ଟେରାହୁଙ୍କ ଭାଷା ଶିଖିବାର ଯାତ୍ରା।
ସ୍ୱାମୀ ଓ ପରିବାରର କଥା ଶୁଣି ଶୁଣି ସେ ଓଡ଼ିଆ ଶିଖୁଛନ୍ତି।
ବେଳେ ବେଳେ ଶବ୍ଦ ଭୁଲ୍ ହୋଇଯାଏ, ଯାହା ଘରେ ହସର କାରଣ ହୁଏ।
ଦହିବରା ଆଳୁଦମ୍, ବାଇଗଣ ପୋଡ଼ା ଓ ପଖାଳ ଏବେ ତାଙ୍କ ପସନ୍ଦର ଓଡ଼ିଆ ଖାଦ୍ୟ।
ଝୁଲଣ ଯାତ୍ରା ଭଳି ପରମ୍ପରା ମଧ୍ୟ ତାଙ୍କୁ ଓଡ଼ିଶାର ସଂସ୍କୃତି ସହ ଆହୁରି ନିକଟତର କରିଛି।
ରାକେଶ୍ ଓ ଟେରାହୁ ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ସେମାନେ ପରସ୍ପରଙ୍କୁ ଶୁଣି ଓ ପାର୍ଥକ୍ୟକୁ ସମ୍ମାନ ଦେଇ ସମ୍ପର୍କକୁ ମଜଭୁତ କରିଛନ୍ତି।
ଏବେ ୮ ମାସର କନ୍ୟା ସନ୍ତାନ ସହ ସେମାନଙ୍କ ପରିବାର ଆଗକୁ ବଢ଼ିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।