Three Children Injured After Concrete Falls: ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍; ୩ ଶିଶୁ ଆହତ

Jul 07, 2026 - 17:47
Three Children Injured After Concrete Falls: ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍; ୩ ଶିଶୁ ଆହତ

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ୍, ୩ ଶିଶୁ ଆହତ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁର ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ l ପାଠ ପଢ଼ୁଥିବା ବେଳେ ଛାତ ଉପରେ ଖସିଲା କଂକ୍ରିଟ l ବଡ଼ କଂକ୍ରିଟ ଅତଡ଼ା ପାଞ୍ଚ ଜଣଙ୍କ ମୁଣ୍ଡ ଉପରେ ପଡିଯାଇଥିଲା l ଫଳରେ ଜଣେ ପୁଅ ଓ ଦୁଇ ଝିଅଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ହାତ ବେକ, ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି l 

ଗତ ତିନି ଦିନ ଧରି ଲଗାଣ ବର୍ଷା ହୋଇ ଓଦା ରହିଥିବାରୁ ଖସିଯାଇଥିବା ଅନୁମାନ କରାଯାଇଛି l ସେପଟେ ନିମ୍ନ ମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ l ଘଟଣା ତଦନ୍ତ ପାଇଁ ଦାବି ହେଉଛି l ଅଭିଯୋଗକୁ ନେଇ ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳି ନାହିଁ।

  • ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ୍, ୩ ଆହତ
  • କଣ୍ଟାବାଞ୍ଜି: ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍ ; ୩ ଶିଶୁ ଆହତ
  • ତୁରେକେଲା ବ୍ଲକ୍ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ
  • ଆହତ ୩ ଶିଶୁ କଣ୍ଟାବାଞ୍ଜି ମେଡିକାଲ୍ ରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।