Three-Storey Building Collapses: ଦିଲ୍ଲୀରେ ପୁଣି ବଡ଼ ଅଘଟଣ, ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା
ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ବିଲଡିଂ।
ଦିଲ୍ଲୀର ଚାୱଡି ବଜାର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା।
ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ତିନି ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା।
ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
Advertisment କୋଠାର ଭଗ୍ନାବଶେଷ ତଳେ କେତେକ ଶ୍ରମିକ ତଥା ସ୍ଥାନୀୟ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଜନଗହଳିପୂର୍ଣ୍ଣ ଓ ସଂକୀର୍ଣ୍ଣ ଗଳି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ଉପୁଜିଥିଲେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଭଗ୍ନାବଶେଷ ହଟାଇ ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।
ଦିଲ୍ଲୀରେ ଭୁଶୁଡ଼ିଲା କୋଠା, ୨ ମୃତ ଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା ଦିଲ୍ଲୀ ଚାୱଡୀ ବଜାର ଅଞ୍ଚଳରେ ଅଘଟଣ ନିର୍ମାଣାଧୀନ ୩ ମହଲା କୋଠା ଭୁଶୁଡ଼ିଲା ୨ ଜଣଙ୍କର ମୃତ୍ୟୁ, କିଛି ଚାପି ହୋଇଥିବା ସୂଚନା ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ...
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।