Three Students Disappear After Leaving Home: କୁଆଡ଼େ ଗଲେ ୩ ନାବାଳକ? ରାଜଧାନୀରେ ଚାଞ୍ଚଲ୍ୟ
କୁଆଡ଼େ ଗଲେ ୩ ନାବାଳକ। ରାଜଧାନୀରୁ କେମିତି ଗାୟବ ହୋଇଗଲେ ୩ ନାବାଳକ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ୨ ଜଣ ନବମ ଶ୍ରେଣୀ ଛାତ୍ର ଥିବା ବେଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ର । ସମସ୍ତେ ସୀତାନାଥ ଓ ଆଦର୍ଶ ବସ୍ତି ଅଞ୍ଚଳର ପିଲା । ଗତକାଲି ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିବା ଜଣା ପଡ଼ିଛି ।
ଚାରିଆଡେ ଖୋଜାଖୋଜି ପରେ କୌଣସି ସ୍ଥାନରେ ପତ୍ତା ନ ମିଳିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଆଧାରରେ ଖୋଜାଖୋଜି କରୁଛି । ଘଟଣାକୁ ଗୁରୁତ୍ବର ସହ ନେଇଛି କମିଶନରେଟ ପୋଲିସ। ଅଭିଯୋଗ ପାଇବା ପରେ ଖୋଜାଖୋଜି ଆରମ୍ଭ ହୋଇଛି। ୩ଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଛି।...
ରାଜଧାନୀରୁ ୩ ନାବାଳକ ନିଖୋଜ
ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନିଖୋଜ ସୂଚନା
ନିଖୋଜଙ୍କ ମଧ୍ୟରେ ୨ ନବମ ଶ୍ରେଣୀ ଛାତ୍ର
ଅନ୍ୟ ଜଣେ ସପ୍ତମ ଶ୍ରେଣୀ ଛାତ୍ର
ସମସ୍ତେ ସୀତାନାଥ ଓ ଆଦର୍ଶ ବସ୍ତି ଅଞ୍ଚଳର ପିଲା
ଟ୍ୟୁସନ ଯାଇ ଆଉ ଘରକୁ ଫେରିନାହାନ୍ତି
ଖୋଜାଖୋଜି ପରେ ମିଳିଲାନି ପତ୍ତା
ପତ୍ତା ନମିଳିବାରୁ ପରିବାର ଲୋକ ଥାନାର ଦ୍ୱାରସ୍ଥ
ପୋଲିସର ତନାଘନା ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।