Tiger Project: ବ୍ୟାଘ୍ର ପ୍ରକଳ୍ପ: କୋର୍ ଜୋନ୍ ଅସୁରକ୍ଷିତ
ନୂଆପଡ଼ା (ଅଶ୍ବିନୀ କୁମାର ପାଣିଗ୍ରାହୀ): ବାଘଙ୍କ ସୁରକ୍ଷା ପାଇଁ ବ୍ୟାଘ୍ର ପ୍ରକଳ୍ପର ସ୍ବପ୍ନ ଦେଖୁଛନ୍ତି ସରକାର। ହେଲେ ଯେଉଁ କୋର୍ ଜୋନ୍ରେ ବାଘ ଓ ଅନ୍ୟ ବନ୍ୟଜନ୍ତୁ ନିରାପଦରେ ରହିବା କଥା, ସେଠାକୁ ମଣିଷଙ୍କ ଅବାଧ ଯାତାୟାତ ଏବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି। ବିଶେଷକରି ସୁନାବେଡ଼ା ଅଭୟାରଣ୍ୟର କୋର୍ ଜୋନ୍ରେ ଥିବା ଚାଉଳଧୁଆ ଜଳପ୍ରପାତକୁ ଚଳିତ ବର୍ଷ ହଜାର ହଜାର ଲୋକଙ୍କ ଆଗମନ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ବାଘଙ୍କ ବାସସ୍ଥାନରେ ମଣିଷର ହସ୍ତକ୍ଷେପ ଜାରି ରହିଲେ ବନ୍ୟଜନ୍ତୁ ଜନବସତିମୁହାଁ ହେବା ସହ ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ବାଘ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଓ କୋର୍ ଜୋନ୍କୁ ସୁରକ୍ଷିତ ରଖିବା ସହ ଲୋକଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଇବା ବନ ବିଭାଗ ପାଇଁ ଜରୁରି ହୋଇପଡ଼ିଛି।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
୧୯୮୮ ଅକ୍ଟୋବର ୫ରେ ସୁନାବେଡ଼ା ଉପତ୍ୟକା ଅଧୀନ ୫ ହଜାର ବର୍ଗକିମି ଅଞ୍ଚଳକୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସୁନାବେଡ଼ା ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ଏଥିସହ ୧୯୬୦ ବର୍ଗକିମି ପରିବେଷ୍ଟିତ ଅଞ୍ଚଳକୁ ଇକୋ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଅଭୟାରଣ୍ୟ ଅଞ୍ଚଳକୁ ବିନା ଅନୁମତିରେ ପ୍ରବେଶ ନିଷେଧ। ଏହା ସତ୍ତ୍ବେ କୋର୍ ଜୋନ୍ରେ ଲୋକଙ୍କ ଅବାଧ ଯାତାୟାତ ବନ୍ୟଜନ୍ତୁଙ୍କ ପାଇଁ ବିପଦର କାରଣ ହୋଇଛି। ୧୯୯୪ରୁ କେନ୍ଦ୍ର ସରକାରଙ୍କ ନିକଟରେ ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଅନୁମୋଦନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ମଧ୍ୟ ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ପାଇଁ ମଞ୍ଜୁରି ଦେଇ ସାରିଛି। ବର୍ତ୍ତମାନ ସୁଦ୍ଧା ଅନେକ ସ୍ତରରେ ମଞ୍ଜୁରି ମିଳିଥିବାବେଳେ ଖୁବ୍ଶୀଘ୍ର ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହେବାର ଆଶା ରହିଛି। ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତରେ ପ୍ରସ୍ତାବିତ ସୁନାବେଡ଼ା ବ୍ୟାଘ୍ର ଅଭୟାରଣ୍ୟ ଓ ଉଦନ୍ତ ସୀତାନଦୀ ଅଭୟାରଣ୍ୟ ରହିଛି। ଉଭୟ ସଂଲଗ୍ନ ହୋଇ ରହିଥିବାରୁ ଏଠାରେ ବାଘ ବଂଶ ବୃଦ୍ଧି ସମ୍ଭାବନା ରହିଥିବା କୁହାଯାଉଛି।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
୨୦୧୮ ଫେବ୍ରୁଆରିରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁନାବେଡ଼ା ଅଭୟାରଣ୍ୟରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀଙ୍କ ଗଣନା କରାଯାଇଥିଲା। ଏହି ଗଣନାର ପ୍ରାରମ୍ଭିକ ରିପୋର୍ଟରେ ମହାବଳ ଓ କଲରାପତରିଆ ବାଘ ରହିଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ଆଧାର କରି ୨୦୧୯ ଅଗଷ୍ଟ ୨୨ରେ ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଓଡ଼ିଶା-ଛତିଶଗଡ଼ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀମାନେ ସୁନାବେଡ଼ା ଅଭୟାରଣ୍ୟରେ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଆଲୋଚନା କରିଥିଲେ। ସୁନାବେଡ଼ା ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଥିବା ଚାଉଳଧୁଆ ଜଳପ୍ରପାତ ଛତିଶଗଡ଼ ଉଦନ୍ତୀ ବ୍ୟାଘ୍ର ଅଭୟାରଣ୍ୟରୁ ମାତ୍ର ୩ କିମି ଦୂରରେ ରହିଛି। ଏହି ଜଳପ୍ରପାତ ଅଞ୍ଚଳ ବାଘଙ୍କ କୋର୍ ଜୋନ୍। ଚଳିତବର୍ଷ ପ୍ରବଳ ବର୍ଷା ସତ୍ତ୍ବେ ଚାଉଳଧୁଆ ଜଳପ୍ରପାତ ବୁଲିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକ ଆସିଛନ୍ତି। ଏହାଛଡ଼ା ସଚେତନତା ଅଭାବରୁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗି ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ ହେଉଛି। ଉଜୁଡ଼ା ବାସସ୍ଥାନ ଯୋଗୁଁ ଜୀବନ ଭୟରେ ବନ୍ୟଜନ୍ତୁ ଗାଁମୁହାଁ ହେଉଛନ୍ତି। ଏ ସଂପର୍କରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ କହିଛନ୍ତି, ଜଙ୍ଗଲ ଓ ନିରୀହ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ଯଦି ଲୋକେ ଅଭୟାରଣ୍ୟ ନିୟମକୁ ମାନିବେନି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।