Transgender Woman Sexual Harassment Case: ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

Nov 08, 2026 - 15:09
Transgender Woman Sexual Harassment Case: ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ଯୌନ ନିର୍ଯାତନା ବିରୋଧୀ ଆଇନର ସୁରକ୍ଷା କେବଳ ସାଧାରଣ ମହିଳାଙ୍କ ପାଇଁ ନୁହେଁ।

ଟ୍ରାନ୍ସଜେଣ୍ଡର ମହିଳାମାନେ ମଧ୍ୟ ଏହି ଆଇନର ସୁରକ୍ଷା ପାଇପାରିବେ।

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ।

Advertisment ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଅଭିଯୁକ୍ତ ଭାରତୀୟ ସେନାର ଅଗ୍ନିବୀର ବିଶାଲ ସୁନୀଲ ଇଙ୍ଗଲେଙ୍କ ଡିସଚାର୍ଜ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଅଭିଯୋଗକାରୀ ଜଣେ ମହିଳା ନୁହନ୍ତି, ତେଣୁ ତାଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ଆଇନ ଲାଗୁ ହେବନାହିଁ ବୋଲି ଅଭିଯୁକ୍ତ ପକ୍ଷ ଯୁକ୍ତି ରଖିଥିଲେ।

ହେଲେ ଏହି ଯୁକ୍ତିକୁ ଖାରଜ କରିଛନ୍ତି ଜଷ୍ଟିସ୍ ମେହରୋଜ୍ କେ.

ପଠାନ।

ସୁପ୍ରିମକୋର୍ଟଙ୍କ ନାଲସା ରାୟକୁ ଆଧାର କରି ବ୍ୟକ୍ତିଙ୍କ ଲିଙ୍ଗଗତ ପରିଚୟ ନିଜେ ନିର୍ଦ୍ଧାରଣ କରିବାର ଅଧିକାରକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

ଏଥିସହ ଟ୍ରାନ୍ସଜେଣ୍ଡର ପରିଚୟ ପ୍ରମାଣପତ୍ର ପରେ ମିଳିଥିଲେ ମଧ୍ୟ ଆଇନର ସୁରକ୍ଷା ପାଇବାରେ ତାହା ବାଧକ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Advertisment ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୫ ଏବଂ ଟ୍ରାନ୍ସଜେଣ୍ଡର ପର୍ସନ୍ସ ଆକ୍ଟର ଧାରା ୧୮(ଡି) ଅନୁସାରେ ବିଚାର ଆଗକୁ ବଢ଼ିବ।

ତେବେ ସମ୍ପର୍କ ସହମତିରେ ଥିଲା କି ନାହିଁ, ତାହାର ନିଷ୍ପତ୍ତି ଟ୍ରାଏଲ୍ ସମୟରେ ହେବ ବୋଲି କୋର୍ଟ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।