Trinamool Congress : ଇଣ୍ଡି ମେଣ୍ଟର ଆଉ ଏକ ଦଳ ଭାଙ୍ଗିବ, ଦଳରେ ରହିଯିବେ ମାତ୍ର ୨ ସାଂସଦ
"ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟର ବଡ଼ ଦଳ ଭିତରେ ଥିବା ତୃଣମୂଳ କଂଗ୍ରେସ ବଡ଼ଧରଣର ସଙ୍କଟ ଦେଇ ଗତି କରୁଥିବାବେଳେ ମେଣ୍ଟର ଆଉ ଏକ ସହଯୋଗୀ ଦଳ ସମସ୍ୟା ଭିତରେ ଘେରି ରହିଥିବା ଜଣାପଡ଼ିଛି।ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ଙ୍କ ଦଳର ଅଧାରୁ ଅଧିକ ସାଂସଦ ବିଦ୍ରୋହ କରିପାରନ୍ତି ବୋଲି ଜଣାପଡ଼ିଛି।
ଉଦ୍ଧବ ସେନାର ସାଂସଦମାନେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଶିବସେନା (ୟୁବିଟି)ର ସଞ୍ଜୟ ରାଉତ ଏହି ଖବରକୁ ଖଣ୍ଡନ କରିଛନ୍ତି।Advertisment କେରଳରେ ପ୍ରବେଶ ପରେ ଅଟକି ଯାଇଛି ମୌସୁମୀ!: କିଏ ଦେଉଛି ବାଧା ?
ମିଡିଆ ରିପୋର୍ଟ ଅନୁଯାୟୀ, ଉଦ୍ଧବ ଗୋଷ୍ଠୀର ୭ ଲୋକସଭା ସାଂସଦ ଦଳ ଛାଡ଼ି ପାରନ୍ତି।
ଏହି ଖବର ଏପରି ସମୟରେ ଆସିଛି, ଯେତେବେଳେ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଏକାଠି ହୋଇପାରନ୍ତି ବୋଲି କୁହାଯାଉଥିଲା।
ତେବେ ଏ ସମ୍ପର୍କରେ କୌଣସି ନେତା ଆଧିକାରିକ ବୟାନ ଦେଇନାହାନ୍ତି।
ନ୍ୟୁଜ ୧୮ ରିପୋର୍ଟ ଅନୁଯାୟୀ, ସିନ୍ଦେ ଏହି ସାଂସଦଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରିପଦ ଓ ଅନ୍ୟମାନଙ୍କୁ ସେହିପରି ବଡ଼ ବଡ଼ ପଦପଦବୀର ପ୍ରସ୍ତାବ ଦେଇଛନ୍ତି।
ସୂଚନାଯୋଗ୍ୟ, ସିନ୍ଦେ ନିକଟରେ ଦିଲ୍ଲୀ ଗସ୍ତରେ ଯାଇଥିଲେ।
ସେ ସାଂସଦମାନଙ୍କୁ ଭେଟିଥିଲେ।
ସେ ଗତ କିଛି ମାସ ହେଲା ସେମାନଙ୍କ ସହିତ ସମ୍ପର୍କରେ ଅଛନ୍ତି ବୋଲି କୁହାଯାଉଛି।
ଶିବସେନା (ଉଦ୍ଧବ) ଗୋଷ୍ଠୀରେ ବର୍ତ୍ତମାନ ୯ ଜଣ ସାଂସଦ ଅଛନ୍ତି।
ଏମାନଙ୍କ ମଧ୍ୟରେ ଅନିଲ ଦେଶାଇ, ନାଗେଶ ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ସଞ୍ଜୟ ପାଟିଲ, ଓମରାଜ ନିମ୍ବାଲକର, ରାଜାଭାଓ ବାଜେ, ଭାଉସାହେବ ବାକଚୋରଙ୍କ ନାଁ ସାମିଲ।
ଠାକ୍ରେ ଗୋଷ୍ଠୀର ପୂର୍ବତନ ସାଂସଦ ବିନାୟକ ରାଉତ ତାଙ୍କ ସାଂସଦମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଥିଲେ।
ତେବେ ବୁଧବାର ସଞ୍ଜୟ ରାଉତ ଏପରି ଗୁଜବର ସତ୍ୟତା ନଥିବା କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।