Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ
"ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାନୀମାନେ ପ୍ରଥମ ଥର ପାଇଁ ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ କ୍ରମକୁ ଶେଷ ପର୍ଯ୍ୟନ୍ତ ସଫଳତାର ସହ ପାଠୋଦ୍ଧାର କରିଛନ୍ତି।
ଏହା ଦେଶର କୃଷି ଓ ଜୈବ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ଏହି ଗବେଷଣା ମାଧ୍ୟମରେ ହରଡ଼ର ଉନ୍ନତ କିସମ ବିକାଶ, ରୋଗ ଓ କୀଟପତଙ୍ଗ ପ୍ରତିରୋଧୀ ବିହନ ପ୍ରସ୍ତୁତି ଏବଂ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।Advertisment ହରଡ଼ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡାଲି ଫସଲ ମଧ୍ୟରୁ ଗୋଟିଏ।
ଦେଶରେ ପ୍ରୋଟିନ୍ର ଏକ ପ୍ରମୁଖ ଉତ୍ସ ଭାବେ ଏହାର ଚାହିଦା ବହୁତ ଅଧିକ।
ତଥାପି କୀଟ ଆକ୍ରମଣ, ରୋଗ, ଜଳବାୟୁ ପରିବର୍ତ୍ତନ ଓ କମ୍ ଉତ୍ପାଦନ ଯୋଗୁଁ ଦେଶକୁ ପ୍ରତିବର୍ଷ ବହୁ ପରିମାଣର ଡାଲି ଆମଦାନି କରିବାକୁ ପଡ଼ୁଛି।
ନୂଆ ଜିନୋମ୍ ମାନଚିତ୍ର ଏହି ସମସ୍ୟାର ସମାଧାନରେ ବିଜ୍ଞାନୀମାନଙ୍କୁ ସଠିକ୍ ଦିଗ ଦେଖାଇବ।
ମାଲଗୋଦାମରେ ହରଡ଼ ଡାଲି କିଲୋ ୧୬୫ ଛୁଇଁଲା ଗବେଷଣାରେ ବିଜ୍ଞାନୀମାନେ ହରଡ଼ର ପ୍ରତ୍ୟେକ କ୍ରୋମୋଜୋମ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ଳେଷଣ କରି ଜିନ୍ଗୁଡ଼ିକର ସଠିକ୍ ସ୍ଥିତି ଚିହ୍ନଟ କରିଛନ୍ତି।
ଏହା ଫଳରେ ମରୁଡ଼ି ସହନଶୀଳତା, ରୋଗ ପ୍ରତିରୋଧ କ୍ଷମତା, ଅଧିକ ଅମଳ ଓ ଉତ୍ତମ ଗୁଣବତ୍ତା ସହ ଜଡ଼ିତ ଜିନ୍ଗୁଡ଼ିକୁ ଶୀଘ୍ର ଚିହ୍ନଟ କରିହେବ।
ଏହା ଆଧାରରେ ଆଧୁନିକ ପ୍ରଜନନ ପଦ୍ଧତି ବ୍ୟବହାର କରି ଅଳ୍ପ ସମୟ ମଧ୍ୟରେ ଉନ୍ନତ କିସମର ବିହନ ବିକାଶ କରାଯାଇପାରିବ।
ବିଶେଷଜ୍ଞମାନଙ୍କ ମତରେ, ଏହି ସଫଳତା କେବଳ ଭାରତ ପାଇଁ ନୁହେଁ, ବିଶ୍ୱସ୍ତରରେ ଡାଲି ଗବେଷଣା କ୍ଷେତ୍ରରେ ମଧ୍ୟ ଏକ ମାଇଲଖୁଣ୍ଟ।
ହରଡ଼ ଜିନୋମ୍ ସମ୍ପର୍କିତ ଏହି ତଥ୍ୟକୁ ଆଧାର କରି ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନକୁ ସହ୍ୟ କରିପାରୁଥିବା ଏବଂ କମ୍ ପାଣିରେ ଭଲ ଅମଳ ଦେଉଥିବା କିସମ ବିକାଶ କରାଯାଇପାରିବ।
ଏହା ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କମାଇବା ସହ ସେମାନଙ୍କ ଆୟ ବଢ଼ାଇବାରେ ମଧ୍ୟ ସହାୟକ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।