Two Friends Killed in Accident: ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ; କ୍ଷତିପୂରଣ ଦାବିରେ ସମ୍ପର୍କୀୟ
ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।
ବଲାଙ୍ଗିର-ସୋନପୁର ଏନ୍ ଏଚ୍ -୫୭ର ରୋଣ୍ଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।
ମୃତକ ହେଲେ ସୋନପୁର ଜିଲ୍ଲା ତରଭା ଥାନା ଶିବତଲା ଗାଁର ବିନୋଦ ବାରିକ ଓ କାହ୍ନା ସରଭଙ୍ଗ।
ଉଭୟ ବାଇକ୍ ରେ ବଲାଙ୍ଗିର ଆସୁଥିବା ବେଳେ ରଣ୍ଡା ଛକ ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା।
Advertisment ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଟ୍ରକ୍ କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।
ସେପଟେ କାହ୍ନାଙ୍କ ବାପା ମାଆ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବାରୁ ସେମାନେ ଫେରିବା ପରେ ଅନ୍ତିମ ସଂସ୍କାର କରାଯିବ।
ଦୁଇ ଯୁବକଙ୍କ ମୃତ୍ୟୁରେ ଦୁଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ସମ୍ପର୍କୀୟ।
Advertisment ଟ୍ରକ୍ ଧକ୍କାରେ ଦୁଇ ସାଙ୍ଗ ମୃତ ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ରୋଣ୍ଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଟ୍ରକ୍ କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ କ୍ଷତିପୂରଣ ଦାବି କରୁଛନ୍ତି ସମ୍ପର୍କୀୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।