UP Police Conduct Raid in Bhubaneswar: ଦୁର୍ଘଟଣା ପରେ ଧରାପଡ଼ିଥିଲା ଗାଡ଼ି, ଏବେ ମାଲିକର ସନ୍ଧାନରେ ଭୁବନେଶ୍ୱରରେ ରେଡ୍

Aug 26, 2026 - 17:15
UP Police Conduct Raid in Bhubaneswar: ଦୁର୍ଘଟଣା ପରେ ଧରାପଡ଼ିଥିଲା ଗାଡ଼ି, ଏବେ ମାଲିକର ସନ୍ଧାନରେ ଭୁବନେଶ୍ୱରରେ ରେଡ୍

ଭୁବନେଶ୍ୱରରେ ପହଞ୍ଚିଛି ଉତ୍ତରପ୍ରଦେଶ ପୋଲିସ। ଗାଡ଼ି ମାଲିକଙ୍କ ସନ୍ଧାନରେ ଚଢ଼ାଉ ଜାରି ରହିଛି। ଧଉଳି ଥାନା ପୋଲିସ ସହାୟତାରେ ଏହି ଚଢ଼ାଉ ହେଉଛି। ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକ ଅଞ୍ଚଳରେ ଚାଲିଛି ରେଡ୍। ଆଜି ସକାଳୁ ୟୁପି ପୋଲିସ ଏଠାରେ ପହଞ୍ଚିଛି। ଗାଡ଼ିର ମାଲିକଙ୍କୁ ଖୋଜାଯାଉଛି।

ସୂଚନା ଅନୁସାରେ, କିଛି ମାସ ତଳେ ୟୁପିରେ ଏକ ଗାଡ଼ି ଦୁର୍ଘଟଣାରେ ଧରାପଡ଼ିଥିଲା। ତଦନ୍ତ ବେଳେ ଗାଡ଼ିଟି କିଛି ବେଆଇନ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ଗାଡ଼ିର ଡ୍ରାଇଭରକୁ କାବୁ କରିଥିଲା। ପଚରାଉଚରା ବେଳେ ଡ୍ରାଇଭର ଗାଡ଼ି ମାଲିକ ଓଡ଼ିଶାରେ ରହୁଥିବା ସୂଚନା ଦେଇଥିଲା।

ଏହି ସୂଚନା ଆଧାରରେ ୟୁପି ପୋଲିସ ଭୁବନେଶ୍ୱରରେ ପହଞ୍ଚିଛି। ଧଉଳି ଥାନା ପୋଲିସର ସହାୟତା ନିଆଯାଇଛି। ଉତ୍ତରା ଛକ ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ତେବେ ଗାଡ଼ିଟି କେଉଁ ବେଆଇନ କାର୍ଯ୍ୟରେ ବ୍ୟବହାର ହୋଇଥିଲା? ଗାଡ଼ି ମାଲିକଙ୍କ ଭୂମିକା କ’ଣ? ଏନେଇ ତଦନ୍ତ ଚାଲିଛି। ଚଢ଼ାଉ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ଧଉଳି ଥାନା ଉତ୍ତରା ଛକରେ ଉତ୍ତରପ୍ରଦେଶ ପୋଲିସର ରେଡ୍ 
ଗାଡ଼ି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ
କିଛିମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡ଼ି ଧରାପଡ଼ିଥିଲା
ଗାଡ଼ିଟି କିଛି ବେଆଇନ କାମରେ ଲିପ୍ତ ଥିବା ଜଣାପଡିଥିଲା
ଡ୍ରାଇଭରକୁ କାବୁ ପରେ ଓଡ଼ିଶାରେ ମାଲିକ ରହୁଥିବା ଜଣାପଡ଼ିଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।