Vaibhav: ବୈଭବଙ୍କ ଭାରତ ‘ଏ’ ପଦାର୍ପଣ ଫିକା

Jun 09, 2026 - 16:19
Vaibhav: ବୈଭବଙ୍କ ଭାରତ ‘ଏ’ ପଦାର୍ପଣ ଫିକା

"ଡାମ୍ବୁଲା: ବହୁ ଚର୍ଚ୍ଚିତ ବିସ୍ମୟ ବାଳକ ‌ବୈଭବ ସୂର୍ଯ୍ୟବଂଶୀଙ୍କ ବରିଷ୍ଠ ଦଳ ପଦାର୍ପଣ ନିରସ ରହିଛି।

ଶ୍ରୀଲଙ୍କାର ରଣଗିରି ଡାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ ଆରମ୍ଭହୋଇଥିବା ଶ୍ରୀଲଙ୍କା "ଏ" ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମାତ୍ର ୧୪ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି।

ପ୍ରଭସିମ୍ରନ ସିଂହଙ୍କ ସହ ପାଳି ଆରମ୍ଭ କରିଥିବା ବୈଭବ ଭାରତ "ଏ" ପାଳିର ଚତୁର୍ଥ ଓଭରରେ ଦଳୀୟ ସ୍କୋର୍‌ ୧୬ ବେଳେ ଆଉଟ୍‌ ହୋଇଯାଇଥିଲେ।Advertisment ଭାରତ "ଏ" ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ମହମ୍ମଦ ସିରାଜଙ୍କ ବଲ୍‌କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଏଜ୍‌ କାରଣରୁ ମିଡ୍‌ ଅଫ୍‌ରେ ଧରାପଡ଼ିଯାଇଥିଲେ।

ଗୋଟିଏ ବଲ୍‌ ବ୍ୟବଧାନ ପରେ ପ୍ରଭସିମ୍ରନ ସିଂହ ମଧ୍ୟ ଆଉଟ୍‌ ହୋଇଯିବାରୁ ଭାରତ "ଏ" ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

କିଛି ସମୟ ପରେ ପ୍ରିୟାଂଶ ଆର୍ଯ୍ୟା ୩୨ ବଲ୍‌ରୁ ୩୨ ରନ୍‌ କରି ରନ୍‌ଆଉଟ୍‌ ହୋଇଯିବାରୁ ଭାରତ ୬୯/୩ରେ ସଂଘର୍ଷ କରିଥିଲା।

ତେବେ ଦୁଇ ଅନୁଭବି ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ୍‌ ଏବଂ ତିଳକ ବର୍ମା ଶତକୀୟ ଭାଗୀଦାର ଗଢ଼ି ଭ୍ରମଣକାରୀ ଦଳକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ।

ଶେଷ ଖବର ବେଳକୁ ଭାରତୀୟ ଦଳ ୩୮ ଓଭରରେ ୩ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା।

ଗାଏକ୍ବାଡ୍‌ (୮୩*) ଓ ତିଳକ (୪୦*) ବ୍ରଶଟିଂ କରୁଥିଲେ।

ଅଧିକ ପଢ଼ନ୍ତୁ : Explosion: ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ: ୮ ମୃତ, ୬ ଗୁରୁତର ଆହୁରି ଦେଖନ୍ତୁ: "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।