Waste management: ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛତା, ଆବର୍ଜନା ପରିଚାଳନାକୁ ଓଏମ୍‌ସିର ଗୁରୁତ୍ୱ

Oct 16, 2026 - 16:50
Waste management: ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛତା, ଆବର୍ଜନା ପରିଚାଳନାକୁ ଓଏମ୍‌ସିର ଗୁରୁତ୍ୱ

"ଭୁବନେଶ୍ୱର: ସ୍ୱଚ୍ଛତା ବଜାୟ ରଖିବା, ଆବର୍ଜନାର ସୁବ୍ୟବସ୍ଥିତ ପରିଚାଳନା ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ କୋରାପୁଟ ଜିଲ୍ଲା କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ପାର୍ଶ୍ୱବର୍ତ୍ତୀ ଲକ୍ଷ୍ମୀପୁରଠାରେ ଏକ "ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ୍" ପ୍ରତିଷ୍ଠା କରାଯାଇଛି।

ଏହି ୟୁନିଟ୍ ମାଧ୍ୟମରେ ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ କରାଯିବା ସହ ଏହାର ପୃଥକୀକରଣ ଏବଂ ଜୈବିକ ବର୍ଜ୍ୟରୁ କମ୍ପୋଷ୍ଟ ବା ଜୈବିକ ଖତ ପ୍ରସ୍ତୁତ କରାଯାଉଛି।

ଏହି ପଦକ୍ଷେପ ଲକ୍ଷ୍ମୀପୁର ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁସଂଗଠିତ କରିବା ସହ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ଦିଗରେ ଓଏମ୍‌ସିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।Advertisment ସହରାଞ୍ଚଳରେ ଦୈନନ୍ଦିନ ଜୀବନରୁ ସୃଷ୍ଟି ହେଉଥିବା ଆବର୍ଜନାର ଉପଯୁକ୍ତ ପରିଚାଳନା, ପରିବେଶ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।

ଆବର୍ଜନାକୁ ଅନିୟନ୍ତ୍ରିତ ଭାବେ ବାହାରେ ଫିଙ୍ଗିବା ଦ୍ୱାରା ରାସ୍ତାଘାଟ ଓ ସାଧାରଣ ସ୍ଥାନରେ ଅପରିଚ୍ଛନ୍ନତା ସୃଷ୍ଟି ହେବା ସହ ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁରରେ ଆବର୍ଜନା ସଂଗ୍ରହ, ପ୍ରକ୍ରିୟାକରଣ ଓ ପୁନଃବ୍ୟବହାରକୁ ଗୁରୁତ୍ୱ ଦେଇ ଏହି ୟୁନିଟ୍ ସ୍ଥାପନ କରାଯାଇଛି।

ଏହି ୟୁନିଟ୍‌ର ସୁପରିଚାଳନା ପାଇଁ ଆବଶ୍ୟକ ମାନବ ସମ୍ବଳ ନିୟୋଜିତ କରାଯିବା ସହ ପ୍ରତିଦିନ ଲକ୍ଷ୍ମୀପୁର ବାସିନ୍ଦାଙ୍କ ଘର ସମ୍ମୁଖରୁ ଆବର୍ଜନା ସଂଗ୍ରହ କରିବା ପାଇଁ ଦୁଇଟି ବିଦ୍ୟୁତ୍‌ଚାଳିତ ଯାନ (ଇଭି) ନିୟୋଜିତ ହୋଇଛି।

ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ନିଜ ଘରର ଆବର୍ଜନାକୁ ନିର୍ଦ୍ଦିଷ୍ଟ  ବ୍ୟବସ୍ଥା ମାଧ୍ୟମରେ ଦେଇପାରୁଛନ୍ତି।

ଫଳରେ ଆବର୍ଜନା ସଂଗ୍ରହ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହ ଏହାର ପରବର୍ତ୍ତୀ ପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନିଆଯାଉଛି।

ଆବର୍ଜନାକୁ ପ୍ରଥମେ ପୃଥକୀକରଣୟୁନିଟ୍‌ରେ ପହଞ୍ଚୁଥିବା ଆବର୍ଜନାକୁ ପ୍ରଥମେ ପୃଥକୀକରଣ କରାଯାଉଛି।

ପରେ ଜୈବିକ ବର୍ଜ୍ୟକୁ ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ କମ୍ପୋଷ୍ଟ ବା ଜୈବିକ ଖତରେ ପରିଣତ କରାଯାଉଛି।

ଏହି ଖତକୁ ବୃକ୍ଷରୋପଣ ଓ ଚାରାର ଉପଯୁକ୍ତ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଉଛି।

ଏହାଦ୍ୱାରା ଘରୋଇ ଜୈବିକ ବର୍ଜ୍ୟର ପୁନଃବ୍ୟବହାର ହେବା ସହ ବୃକ୍ଷରୋପଣ ଓ ସବୁଜ ପରିବେଶ ସୃଷ୍ଟିକୁ ମଧ୍ୟ ପ୍ରୋତ୍ସାହନ ମିଳୁଛି।

ଏପରି ପଦକ୍ଷେପ ଆବର୍ଜନା ପରିଚାଳନାକୁ କେବଳ ସଂଗ୍ରହ ଓ ନିଷ୍କାସନ ମଧ୍ୟରେ ସୀମିତ ନରଖି ସମ୍ବଳର ପୁନଃବ୍ୟବହାର ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉଛି।

ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତିବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତି ଏହି ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ।

ସାଧାରଣତଃ ଘରୋଇ ଆବର୍ଜନାରେ ଥିବା ଜୈବିକ ଉପାଦାନକୁ ଉପଯୁକ୍ତ ଭାବେ ପ୍ରକ୍ରିୟାକରଣ କରାଗଲେ ତାହାକୁ ଜୈବ ସାର ଭାବେ ବ୍ୟବହାର କରାଯାଇପାରିବ।

ଉପଯୋଗୀ ଆବର୍ଜନାକୁ ପୁନଃବ୍ୟବହାର କରିବା ସହ ପରିତ୍ୟକ୍ତ ସାମଗ୍ରୀରୁ ମୂଲ୍ୟବାନ ଉତ୍ପାଦ ସୃଷ୍ଟି କରିବାର ପ୍ରୟାସକୁ ପ୍ରୋତ୍ସାହିତ କରାଯାଉଛି।

ଏପରି ପଦକ୍ଷେପ ଆବର୍ଜନା ପରିଚାଳନାକୁ କେବଳ ସଂଗ୍ରହ ଓ ନିଷ୍କାସନ ମଧ୍ୟରେ ସୀମିତ ନରଖି ଏହାର ପୁନଃବ୍ୟବହାର ଦିଗକୁ ଗୁରୁତ୍ୱ ଦେଉଛି।

ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାଲକ୍ଷ୍ମୀପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାକୁ ସହରର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପାଇଁ ଏକ ଉପଯୋଗୀ ପ୍ରୟାସ ବୋଲି ମତ ଦେଇଛନ୍ତି।

ଏନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବାସିନ୍ଦା  ପି ରାଓ କୁହନ୍ତି, "ଗ୍ରାମର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ  ଅଳିଆ ଆବର୍ଜନାର ପରିଚାଳନା ଏକ ପ୍ରମୁଖ ସମସ୍ୟା ପାଲଟିଥିଲା।

ଓଏମ୍‌ସି ପକ୍ଷରୁ ଅଳିଆ ସଂଗ୍ରହ ପାଇଁ ଗାଡ଼ିର ବ୍ୟବସ୍ଥା ହେବା ପରେ ଲୋକମାନେ ନିୟମିତ ଭାବେ ଅଳିଆ ଦେଉଛନ୍ତି।

ଏହାଦ୍ୱାରା ଗାଁର ପରିବେଶ ସ୍ୱଚ୍ଛ ରହିବା ସହ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେଉଛି।

ଏହି ଜନହିତକର ପଦକ୍ଷେପ ପାଇଁ ଆମେ କୃତଜ୍ଞ।

ଖଣି କାର୍ଯ୍ୟକଳାପ ସହ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ପରିବେଶୀୟ ସୁରକ୍ଷାକୁ ଗୁରୁତ୍ୱ ଦେବା ଓଡ଼ିଶା ଖଣି ନିଗମର ବ୍ୟାପକ ଦାୟିତ୍ୱବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

କେବଳ ଲକ୍ଷ୍ମୀପୁର ନୁହେଁ, ବରଂ ପ୍ରତିଟି ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସ୍ଵଛତା ଓ ସୁସ୍ଥ ପରିବେଶ ଗଠନ ଦିଗରେ ଓଏମ୍‌ସି ସଦା ପ୍ରତିଶୃତିବଦ୍ଧ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।