Driver Narrowly Escapes: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍: ଅଳ୍ପକେ ବର୍ତ୍ତିଗଲେ ଚାଳକ

Oct 16, 2026 - 15:04
Driver Narrowly Escapes: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍: ଅଳ୍ପକେ ବର୍ତ୍ତିଗଲେ ଚାଳକ

"କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟ ଦେଇ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା।

ଏହି  ଅଗ୍ନିକାଣ୍ଡରେ ଟ୍ରକ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

Advertisment ସୂଚନାଯୋଗ୍ୟ, ଗତକାଲି ମଧ୍ୟ ରାତିରେ ଲୁହାପଥରବୋଝେଇ କରି ଯାଉଥିବା ବେଳେ ହଠାତ୍ ଟ୍ରକରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା।

ଚାଳକ ନିଆଁ ଦେଖି ତୁରନ୍ତ ଗାଡ଼ିରୁ ବାହାରି ଯାଇଥିଲେ।

ଏହାପରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକଟି ହୁତୁ ହୁତୁ ହୋଇ ଜଳିଗଲା।

ଅଗ୍ନିକାଣ୍ଡ ସମ୍ପର୍କରେ  ସଙ୍ଗେସଙ୍ଗେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।

ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ସମଗ୍ର ଗାଡ଼ିକୁ ଜାଳିପୋଡ଼ି ପାଉଁଶ କରି ଦେଇଥିଲା।ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।।

ଅଜଣା ନମ୍ବରରୁ କଲ୍‌ ଆସିଲେ ନାଁ ଦେଖାଯିବ: ନଭେମ୍ବର ୧ରୁ ଲାଗୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।