Website: ଲାଞ୍ଚ ତଥ୍ୟ ପ୍ରଘଟ ୱେବ୍‌ସାଇଟ୍‌!

Aug 18, 2026 - 07:47
Website: ଲାଞ୍ଚ ତଥ୍ୟ ପ୍ରଘଟ ୱେବ୍‌ସାଇଟ୍‌!

"ଏଥିରେ କୌଣସି ସନ୍ଦେହ ନାହିଁ ଯେ ଲାଞ୍ଚ କାରବାର ଆମ ଦେଶର ଏକ ବଡ଼ ସମସ୍ୟା।

ତେବେ ଏହାର ଚେର ଖୁବ୍ ଗଭୀର।

ଲାଞ୍ଚ କାରବାର ବେଆଇନ ଜାଣି ସୁଦ୍ଧା ଅନେକ ଲୋକ ପରିସ୍ଥିତିରେ ପଡ଼ି ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇଥାନ୍ତି।

ଭାରତର କେଉଁ ରାଜ୍ୟ ଓ କେଉଁ ବିଭାଗରେ ଲାଞ୍ଚ କାରବାରର ସ୍ଥିତି କ"ଣ ତାହା ଜାଣିବାକୁ ଜଣେ ଛାତ୍ର "ବ୍ରାଇବ୍‌ସ.ଏଫ୍‌ଵାଇଆଇ" ନାମକ ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଛନ୍ତି।

ଏଥିରେ ଲୋକମାେନ ନିଜର ପରିଚୟ ଗୋପନୀୟ ରଖି, କେଉଁ ସରକାରୀ ଦପ୍ତରରେ କେତେ ଟଙ୍କା ଲାଞ୍ଚ ଦେଇଛନ୍ତି ବା ମଗାଯିବା ପରେ ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ଦାଖଲ କରିପାରିବେ।Advertisment Editorial: କେତେ ‌େଯ କିଡ୍‌ନି!

ସେହି ତଥ୍ୟକୁ ଉକ୍ତ ୱେବ୍‌ସାଇଟ୍‌ରେ ରାଜ୍ୟ, ସହର ଓ ବିଭାଗ ଆଦିରେ ବିଭକ୍ତ କରି ସିଧାସଳଖ ପ୍ରକାଶ କରାଯାଉଛି।

ଗତ ୨ ତାରିଖରେ ଏହା ଉନ୍ମୋଚିତ ହେବା ପରେ ଲୋକମାେନ ଏଥିରେ ଏ ପର୍ଯ୍ୟନ୍ତ ୭୭୦ରୁ ଅଧିକ ଲାଞ୍ଚ କାରବାର ସୂଚନା ଯୋଡ଼ିସାରିଲେଣି।

ଏଥିରେ ପୁଲିସ ବିଭାଗ ସର୍ବାଧିକ ଲାଞ୍ଚ ନେଇଥିବାର ଜଣାପଡ଼ିଛି।

ଦିଲ୍ଲୀର ବି.ଟେକ୍‌ ଛାତ୍ର ଆର୍ଯ୍ୟନ ନିଶାଦ ଏହି ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଛନ୍ତି।

ଏହା ଦେଶରେ ଲାଞ୍ଚ କାରବାର ହ୍ରାସ କରିବ ବୋଲି କିଛି ଲୋକ ଆଶା ପ୍ରକଟ କରୁଛନ୍ତି।

Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।