Whether Rapidly Grown Chicken Safe To Eat: ଚିକେନ୍ ଖାଉଛନ୍ତି ନା ରୋଗ ? ବ୍ରଏଲର ଫାର୍ମର ଭିତର ରହସ୍ୟ ଖୋଲିଲା!

Sep 08, 2026 - 20:30
Whether Rapidly Grown Chicken Safe To Eat: ଚିକେନ୍ ଖାଉଛନ୍ତି ନା ରୋଗ ? ବ୍ରଏଲର ଫାର୍ମର ଭିତର ରହସ୍ୟ ଖୋଲିଲା!

ଚିକେନ୍ ...ପିଲାଠୁ ବୟସ୍କ, ପ୍ରାୟ ସମସ୍ତଙ୍କ ପସନ୍ଦ। ଖାଇବୀ ସୌକ୍ ରଖିଥିବା ବ୍ୟକ୍ତି ହେଉ ଅବା ଫିଟନେସ୍ ଫ୍ରିକ୍, ସବୁବେଳେ ଆଗ ଖୋଜା ପଡ଼େ ଚିକେନ୍। ହେଲେ ଏଇ ଚିକେନ୍ ଆପଣଙ୍କ ସ୍ବାସ୍ଥ୍ୟ ବିଗାଡ଼ିପାରେ। କାରଣ ବ୍ରଏଲର୍ କୁକୁଡ଼ାରୁ ଅଳ୍ପ ସମୟରେ ଅଧିକ ଓଜନ କରିବା ପାଇଁ ଦିଆଯାଉଛି ରାସାୟନିକ ପଦାର୍ଥ। ଯାହା ଶିଶୁ, ମହିଳା ଓ ବୟସ୍କଙ୍କ ପାଇଁ ବିପଦ। ଦେଖନ୍ତୁ ଓଟିଭିର ଏଇ ଗ୍ରାଉଣ୍ଡ ରିପୋର୍ଟ।...

ଚିକେନ୍ ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ? ଚିକେନ୍ ଖାଇବା ଆଗରୁ କେବେ ଭାବିଛନ୍ତି ଏମିତି କଥା। ପ୍ରୋଟିନ୍ ଭାବି ଖାଉଥିବା ଚିକେନ୍ ରେ ପ୍ରୋଟିନ୍ ଅଛି ତ ? ନା ପ୍ରୋଟିନ୍ ବଦଳରେ ଏଥିରେ ମିଶିଛି ଆଉ କିଛି ? ଧଳା ଫର ଫର ହେଇ ଆଖି ଆଗରେ ବଢ଼ୁଥିବା ଏଇ କୁକୁଡ଼ା ସବୁ ଦେହ ପାଇଁ କେତେ ଭଲ। ଏମିତି ପଚାରିବା ପଛରେ ହଜାରେ ପ୍ରଶ୍ନ। ମାତ୍ର ୨୦ରୁ ୩୦ ଗ୍ରାମ୍ ଓଜନ୍ ବେଳେ ଫାର୍ମକୁ ଆସିଥିବା ଏଇ ଚିଆଁ ସବୁ କେମିତି ୪୦ ଦିନରେ ହେଇଯାଉଛନ୍ତି ଅଢ଼େଇ କିଲୋ। ଭଲ ଭାବେ ଶୁଣନ୍ତୁ କୁକୁଡ଼ା ଫାର୍ମରେ ଚାଲିଥିବା ଗୋଲକ ଧନ୍ଦା ବିଷୟରେ। 

ପ୍ରୋଟିନ୍ ଭାବି ଖାଉଥିବା କୁକୁଡ଼ାରେ ପ୍ରୋଟିନ୍ କମ୍ ଗ୍ରୋଥ୍ ହରମୋନ୍ ଅଧିକ। ଯାହା ପ୍ରାକୃତିକ ନୁହେଁ ବରଂ କୁତ୍ରିମ। ରାସାୟନିକ ଭାବେ ବିଭିନ୍ନ ପର୍ଯ୍ୟାୟରେ ଓ ପ୍ରାୟ ପ୍ରତିଦିନି କୁକୁଡ଼ା ଫାର୍ମରେ ବଏଲର୍ କୁକୁଡ଼ାଙ୍କୁ ବଢ଼ିବାକୁ ଏସବୁ ଦିଆଯାଏ। ବଏଲର୍ କୁକୁଡ଼ାକୁ ସାଧାରଣତଃ ବଢ଼ିବାକୁ ଦୁଇ ମାସର ସମୟ ଲାଗେ। କିନ୍ତୁ ୪୦ ଦିନ ନପୁରୁଣୁ ଏମିତିକି ମାତ୍ର ୩୦ ଦିନରେ ହିଁ ଅଢ଼େଇ କିଲୋ ହୁଅନ୍ତି। ଥରେ ଭାବିଲେ, ୨୦ ଗ୍ରାମ୍ ଚିଆଁ ମାସକ ଭିତରେ ଅଢ଼େଇ କିଲୋ ଅର୍ଥାତ ପ୍ରତିଦିନ ୬୦ରୁ ୮୦ ଗ୍ରାମ୍ ଯାଏଁ କେମିତି ବଢ଼ୁଛନ୍ତି। ...କୁକୁଡ଼ା ଫାର୍ମରେ ଅଧିକ ଲାଭ ଓ ତୁରନ୍ତ ଫାଇଦା ପାଇଁ କୁକୁଡ଼ାଙ୍କୁ ପ୍ରୋଟିନ୍, ଭିଟାମିନ୍ ଡୋଜ୍ ସହ ଅନେକ ରାସାୟନିକ ପଦାର୍ଥ ଖୁଲମଖୁଲା ତ ପୁଣି କେବେ ଲୁଚାଇ ଦିଆଯାଉଛି। 

ଦେଶୀ କୁକୁଡ଼ା ବଢ଼ି ବଢ଼ି କିଲେ ହେବାକୁ ଦୁଇ ମାସ ସମୟ ନିଏ। ଏଥିରେ ଅଧିକ ପ୍ରୋଟିନ୍ ଆଉ ଶରୀର ପାଇଁ ଅଧିକ ଉପଯୋଗୀ। କିନ୍ତୁ ବଏଲର୍ କୁକୁଡ଼ାକୁ କୁତ୍ରିମ ଖାଦ୍ୟ ପଦାର୍ଥ ଦେଇ ଅଳ୍ପ ସମୟରେ ଅଧିକ ମାଂସ ପାଇଁ ବଢ଼ାଯାଏ। ବଏଲର ଚିକେନରେ କୌଣସି ଅସୁବିଧା କିମ୍ବା ସ୍ବାସ୍ଥ୍ୟ ପାଇଁ ଖରାପ ନୁହେଁ। କିନ୍ତୁ ତାକୁ ଆବଶ୍ୟକ ସମୟ ପୂର୍ବରୁ ବଡ଼ କରିବା ପ୍ରକ୍ରିୟା ହିଁ ରୋଗ ଟାଣି ଆଣେ। ସବୁଠୁ ଅଧିକ ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଏହା ଅଧିକ ଚିନ୍ତାର ବିଷୟ ବି ପାଲଟିଛି। କାରଣ ଫ୍ୟାଟ୍, ମଧୁମେହ ତା ସହ ଉଚ୍ଚ ରକ୍ତଚାପ ଭଳି ରୋଗ ଏସବୁ ପାଇଁ ହିଁ ଏବେ ଅଧିକ ବଢ଼ୁଛି। 

ତେବେ କୁକୁଡ଼ା ଚିଆଁକୁ ଗ୍ରୋଥ୍ ହରମୋନର ଏ ଫଣ୍ଡା ପଦାକୁ ଆସିବା ପରେ ଏବେ ଅପେକ୍ଷା କେବେ ସରକାର କେବେ ତୁରନ୍ତ ଲାଭର ଲୋଭରେ ପଡ଼ି ଏ କାମ କରୁଥିବା ଫାର୍ମଗୁଡ଼ିକ ଉପରେ ଚଢ଼ାଉ କରୁଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।