US Sanctions: ଇରାନ ସହ ତୈଳ ବାଣିଜ୍ୟ ଅଭିଯୋଗ; ଭାରତ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ
"ୱାଶିଂଟନ: ଇରାନ ସହ ପେଟ୍ରୋଲିୟମ ଉତ୍ପାଦର ବାଣିଜ୍ୟ କରିବା ଅଭିଯୋଗରେ ଆମେରିକା ମୁମ୍ବାଇର ଦୁଇଟି କମ୍ପାନି ଓ ସେମାନଙ୍କ ସହ ଜଡ଼ିତ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଛି।
Advertisment "ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ" ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସଏସପିଏଲ) ଏବଂ ସମୁଦ୍ର ମାରିନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଏହି କଟକଣା ଲଗାଯାଇଛି।
ଏଥିସହ ଏସଏସପିଏଲ ସଲ୍ୟୁସନ୍ସ ସହ ଜଡ଼ିତ ଧ୍ୱନି ଓ ନିସର୍ଗ ଭୋରାଙ୍କ ସମେତ ସମୁଦ୍ର ମାରିନ୍ ସର୍ଭିସେସ୍ ସହ ସମ୍ପୃକ୍ତ କେତନ କୋଚିକର, ଭୁପେନ୍ଦ୍ରସିଂହ ସାହୁ ଏବଂ ହରିଶ୍ୟାମ ହରିହରନ୍ ଚୁଣ୍ଡାକାଟିଲଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି।
United Nations: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ, "ଏକାସାଙ୍ଗରେ ଦୁଇ ପଟେ ଖେଳି ହେବନି" ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ଇରାନକୁ ଆର୍ଥିକ ପ୍ରତିବନ୍ଧକରୁ ରକ୍ଷା ପାଇବାରେ ସହଯୋଗ କରୁଥିବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଆମେରିକାର କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ନୁହନ୍ତି।
ଇରାନ ବିରୋଧରେ ଆମେରିକାର "ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ" ଅଭିଯାନର ଏକ ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।