world's oldest woman: ୧୧୭ ବର୍ଷ ବୟସରେ ବି ନିରୋଗ ସ୍ୱାସ୍ଥ୍ୟ! ଜାଣନ୍ତୁ ଦୀର୍ଘାୟୁର ରହସ୍ୟ

Oct 15, 2026 - 16:24
world's oldest woman: ୧୧୭ ବର୍ଷ ବୟସରେ ବି ନିରୋଗ ସ୍ୱାସ୍ଥ୍ୟ! ଜାଣନ୍ତୁ ଦୀର୍ଘାୟୁର ରହସ୍ୟ

"ଅଲବାନିଆ: ୟୁରୋପୀୟ ଦେଶ ଅଲବାନିଆରେ ବସବାସ କରୁଥିବା ୧୧୭ ବର୍ଷୀୟା କାମିଲେ ମାରା ତାଙ୍କ ନିରୋଗ ସ୍ବାସ୍ଥ୍ୟକୁ ନେଇ ଏବେ  ଚର୍ଚ୍ଚାରେ ଅଛନ୍ତି।

ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବୋଲି ଦାବି କରାଯାଉଛି।

ହେଲେ ନିଜ ବୟସ କିମ୍ବା ଏହି ରେକର୍ଡକୁ ନେଇ ତାଙ୍କର ବିଶେଷ ଆଗ୍ରହ ନାହିଁ।

ଏପରିକି ସେ ଜୀବିତ ଅଛନ୍ତି ବୋଲି ପେନ୍‌ସନ୍‌ ଅଧିକାରୀଙ୍କୁ ପ୍ରମାଣ ଦେବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନାହିଁ।Advertisment ଅଟୋମାନ୍ ଶାସନ ସମୟରେ ଜନ୍ମ ହୋଇଥିବା କାମିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ୩୬ ବର୍ଷ ବୟସରେ ପହଞ୍ଚିଥିଲେ।

ସେ ନିଜ ଆଖିରେ ଅଲବାନିଆରେ ସାମ୍ୟବାଦୀ ଏକଛତ୍ରବାଦୀ ଶାସନର ସମୟ ମଧ୍ୟ ଦେଖିଛନ୍ତି।

ଏବେ ତାଙ୍କର ସମସ୍ତ ଧ୍ୟାନ ନିଜ ଜୀବନକୁ ଆନନ୍ଦରେ ବିତାଇବା ଉପରେ ରହିଛି।

ଅଲବାନିଆର ରାଜଧାନୀଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣରେ ଥିବା ଫେରାସ୍‌ ସହରରେ ନିଜ ଘର ବାହାରେ ବସି କାମିଲେ ଜୀବନକୁ ନେଇ କହିଛନ୍ତି, , “ଜୀବନ ବହୁତ ସୁନ୍ଦର।

ଠିକ୍ ମାଉଣ୍ଟ ଟୋମୋର(ଅଲବାନିଆର ଅନ୍ୟତମ ଉଚ୍ଚ ପର୍ବତ ଶୃଙ୍ଗ) ପରି, ଯେତେବେଳେ ଏହା ଫୁଲରେ ଭରିଯାଏ।

ଆପଣ ସେତିକି ଦିନ ବଞ୍ଚିବେ, ଯେତିକି ଦିନ ଈଶ୍ୱର ନିର୍ଦ୍ଧାରଣ କରିଛନ୍ତି।" ବିଶ୍ୱର ସବୁଠାରୁ ବୟସ୍କ ମହିଳା!

କାମିଲେଙ୍କ ଅନେକ ସରକାରୀ ଦସ୍ତାବିଜରେ ତାଙ୍କ ଜନ୍ମତାରିଖ ୧୯ ଅଗଷ୍ଟ ୧୯୦୯ ଉଲ୍ଲେଖ ରହିଛି।

ଏହି ହିସାବରେ ସେ ବ୍ରିଟେନର ଏଥେଲ୍ କ୍ୟାଟରହାମଙ୍କଠାରୁ ଦୁଇ ଦିନ ବଡ଼।

ଏଥେଲ୍‌ଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ପକ୍ଷରୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ମହିଳା ଭାବେ ମାନ୍ୟତା ଦିଆଯାଇଛି।

୧୦୦ ବର୍ଷ ବୟସରେ ବନ୍ଦ ହୋଇଯାଇଥିଲା ପେନ୍‌ସନ୍ କାମିଲେଙ୍କ ୮୦ ବର୍ଷୀୟ ପୁଅ ହାୟସେନ୍‌ଙ୍କ କହିବା ଅନୁଯାୟୀ, ତାଙ୍କ ମାଆଙ୍କ ବୟସ ଦେଖି ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ ୧୦୦ ବର୍ଷରେ ପହଞ୍ଚିବା ପରେ ଅଧିକାରୀମାନେ ତାଙ୍କ ପେନ୍‌ସନ୍‌ ବନ୍ଦ କରିଦେଇଥିଲେ।

ପେନ୍‌ସନ୍‌ ପୁନଃ ଚାଲୁ କରିବା ପାଇଁ ପରିବାରକୁ ଅନେକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଦାଖଲ କରିବାକୁ ପଡ଼ିଥିଲା।

ଚଳିତ ମାସ ଆରମ୍ଭରେ ସରକାର ତାଙ୍କର ଅତ୍ୟଧିକ ବୟସକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ସରକାରୀ ପେନ୍‌ସନ୍‌ ପ୍ରଦାନ କରିଛନ୍ତି।

କ"ଣ ରହିଛି ଏତେ ଦୀର୍ଘାୟୁର ରହସ୍ୟ?

କାମିଲେଙ୍କ ଦୈନନ୍ଦିନ ଜୀବନଶୈଳୀରେ ହୁଏତ ତାଙ୍କ ଦୀର୍ଘାୟୁର ରହସ୍ୟ ଲୁଚି ରହିଛି।

୧୧୭ବର୍ଷ ବୟସରେ ସେ ପ୍ରତିଦିନ ସକାଳୁ ଉଠି ଘର ଅଗଣା ଝାଡ଼ୁ କରନ୍ତି, ଫୁଲ ଗଛରେ ପାଣି ଦିଅନ୍ତି ଏବଂ କୁକୁଡ଼ାମାନଙ୍କୁ ଖାଦ୍ୟ ଦିଅନ୍ତି।

ଏହା ପରେ ଆରାମରେ ବସି ନିଜ ପସନ୍ଦର କଫି ପିଇଥାନ୍ତି।

ସେ ଏବେ ମଧ୍ୟ ନିଜ ସହ ରହୁଥିବା ପୁଅଙ୍କ ସହ ଫଳ ବଗିଚାକୁ ବୁଲିବାକୁ ଯାଆନ୍ତି।

ଚାଷ କାମରେ ପୁ୍ଅକୁ ସାହାଯ୍ୟ ବି କରନ୍ତି।

ଏଥିସହ ସେ ନିଜ ପକେଟ୍‌ରେ ତୁଳସୀ ପତ୍ର ରଖନ୍ତି, ଯାହାର ସୁଗନ୍ଧକୁ ସେ ଉପଭୋଗ କରନ୍ତି।

ତାଙ୍କ ପୁଅଙ୍କ କହିବା ଅନୁଯାୟୀ, କାମିଲେ କେବେ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇନାହାନ୍ତି।

ତାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଛି ଏବଂ ସେ କେବେ କୌଣସି ଔଷଧ ଖାଇନାହାନ୍ତି।

ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନେଇ କେନ୍ଦ୍ର, ଦିଲ୍ଲୀ ପୁଲିସକୁ ଜବାବ୍ ତଲବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।