WTT China Smash: ଚାଇନା ସ୍ମାସ୍: ସେମିରେ ମାନବ-ମନୁଷ
"ବେଜିଂ: ଭାରତୀୟ ଟେବଲ ଟେନିସ (ଟିଟି) ଯୋଡ଼ି ମାନବ ଠକ୍କର ଓ ମନୁଷ ଶାହ ଚଳିତ ଡବ୍ଲ୍ୟୁଟିଟି ଚାଇନା ସ୍ମାସ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଗୁରୁବାର କ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୧୧-୯, ୧୧-୫, ୧୧-୪)ରେ ସ୍ଥାନୀୟ ଖେଳାଳି ଲିଙ୍ଗ ଜିଙ୍ଗକୁନ୍ ଓ ଜିଆଙ୍ଗ ପେଙ୍ଗ୍ଙ୍କୁ ହରାଇଥିଲେ।
Advertisment ସେମିଫାଇନାଲ୍ରେ ପ୍ରବେଶ ମାନବ-ମନୁଷ ଫାଇନାଲ୍ ସ୍ଥାନ ପାଇଁ ଦକ୍ଷିଣ କୋରିଆର ଲିମ୍ ଜୋଙ୍ଗହୁଁ ଓ ଓହ୍ ଜୁନ୍ ସୁଙ୍ଗ୍ଙ୍କୁ ଭେଟିବେ।
ଏହି ଦକ୍ଷିଣ କୋରିଆ ଯୋଡ଼ି ୩-୦ରେ ଡେନ୍ମାର୍କର ଆଣ୍ଟନ କାଲବର୍ଗ ଓ କ୍ରିଷ୍ଟିଆନ୍ କାର୍ଲସନ୍ଙ୍କୁ ପରାସ୍ତ କରିଥିଲେ।
Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।