Year-Round Rain Experience Opens: ଚମତ୍କାର! ବର୍ଷସାରା ବର୍ଷା, ୧୨ ଏକରରେ ତିଆରି ହେଲା କୃତ୍ରିମ ରେନ୍‌ଫରେଷ୍ଟ

Oct 28, 2026 - 13:17
Year-Round Rain Experience Opens: ଚମତ୍କାର! ବର୍ଷସାରା ବର୍ଷା, ୧୨ ଏକରରେ ତିଆରି ହେଲା କୃତ୍ରିମ ରେନ୍‌ଫରେଷ୍ଟ

ବର୍ଷା ଋତୁକୁ ଉପଭୋଗ କରିବାକୁ ଆଉ ମୌସୁମୀକୁ ଅପେକ୍ଷା କରିବାକୁ ପଡ଼ିବନି!

ଖରା ହେଉ କି ଶୀତ, ବର୍ଷସାରା ମିଳିବ ବର୍ଷାର ମଜା।

ଚାରିପଟେ ସବୁଜ ଜଙ୍ଗଲ, ଝରଣାର କୁଳୁକୁଳୁ ଶବ୍ଦ ଆଉ ମୁଣ୍ଡ ଉପରେ କୃତ୍ରିମ ବର୍ଷା।

ଏମିତି ଏକ ନିଆରା ଅନୁଭୂତି ପର୍ଯ୍ୟଟକଙ୍କ ପାଇଁ ଆଣିଛି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି।

ଏଠାରେ ଉଦ୍‌ଘାଟିତ ହୋଇଛି ଏକ ଆକର୍ଷଣୀୟ ରେନ୍‌ଫରେଷ୍ଟ ବା କୃତ୍ରିମ ବର୍ଷାବନ।

Advertisment ଗୁଜରାଟର ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ପ୍ରାୟ ୧୨ ଏକର ଜମିରେ ଏହି ଆକର୍ଷଣ ତିଆରି କରାଯାଇଛି।

ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୨ କୋଟି ଟଙ୍କା।

ଏହି ପ୍ରକଳ୍ପରେ ରହିଛି ୨୦ଟି ରେନ୍‌ଗନ୍‌ ଟାୱାର।

ଏହା ମାଧ୍ୟମରେ କୃତ୍ରିମ ବର୍ଷା ସୃଷ୍ଟି କରାଯାଇ ପର୍ଯ୍ୟଟକଙ୍କୁ ବର୍ଷାଋତୁର ଅନୁଭୂତି ଦିଆଯିବ।

କେବଳ ବର୍ଷା ନୁହେଁ, ଏଠାରେ ରହିଛି ବବଲ୍‌ ଫାଉଣ୍ଟେନ୍‌, ଜଳପ୍ରପାତ ଓ ଭାରତର ବିଭିନ୍ନ ରାଜ୍ୟର ବୃକ୍ଷଲତାକୁ ନେଇ ସବୁଜ ପରିବେଶ।

ପ୍ରକୃତିର କୋଳରେ ବୁଲିବା ସହ ଏକ ଭିନ୍ନ ଅନୁଭୂତି ନେଇପାରିବେ ପର୍ଯ୍ୟଟକ।

Advertisment କାଚର ସ୍କାଏୱାକ୍‌ରେ ରୋମାଞ୍ଚକର ଅନୁଭୂତି ଏହି ରେନ୍‌ଫରେଷ୍ଟର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ଗୋଲାକାର କାଚର ସ୍କାଏୱାକ୍‌।

୩୫ ମିଲିମିଟର ମୋଟେଇର ୧୩୨ଟି କୋରିଆନ୍‌ କାଚ ପ୍ୟାନେଲ୍‌ରେ ଏହା ନିର୍ମାଣ କରାଯାଇଛି।

ଏହି ଉଚ୍ଚ ପଥରେ ଚାଲିବା ସମୟରେ ତଳେ ଥିବା ଦୃଶ୍ୟକୁ କାଚ ମଧ୍ୟରୁ ଦେଖିବାର ରୋମାଞ୍ଚ ମିଳିବ।

ପର୍ଯ୍ୟଟନକୁ ମିଳିବ ନୂଆ ଆକର୍ଷଣ ଷ୍ଟାଚ୍ୟୁ ଅଫ୍ ୟୁନିଟି ପୂର୍ବରୁ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ।

ଏବେ ଏହି କୃତ୍ରିମ ରେନ୍‌ଫରେଷ୍ଟ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ ଯୋଡ଼ିଛି।

ପ୍ରକୃତି, କୃତ୍ରିମ ବର୍ଷା ଓ ରୋମାଞ୍ଚକର କାଚ ପଥର ଏହି ମିଶ୍ରଣ ପର୍ଯ୍ୟଟକଙ୍କୁ କେତେ ଆକର୍ଷିତ କରୁଛି, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।