Yogi Adityanath: ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଗୀ ଆଦିତ୍ୟନାଥ ଶୀର୍ଷରେ, ଧାମୀ ଦ୍ୱିତୀୟ

Nov 01, 2026 - 23:03
Yogi Adityanath: ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଗୀ ଆଦିତ୍ୟନାଥ ଶୀର୍ଷରେ, ଧାମୀ ଦ୍ୱିତୀୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଫେମ୍ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟର ମିଳିତ 'ବେଷ୍ଟ ଚିଫ୍ ମିନିଷ୍ଟର ସର୍ଭେ ୨୦୨୬'ରେ ସେ ୧୦୦୦ରୁ ୮୯୭ ଅଙ୍କ ପାଇ ଶୀର୍ଷରେ ରହିଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୮୮୧ ଅଙ୍କ ସହ ଦ୍ୱିତୀୟ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୮୭୪ ଅଙ୍କ ସହ ତୃତୀୟ ସ୍ଥାନରେ ଅଛନ୍ତି।

Advertisment ଆହୁରି ପଢନ୍ତୁ : Lakhpati Didi: ପିଲାଙ୍କ ପାଠପଢ଼ା ପାଇଁ ଆରମ୍ଭ କରିଥିଲେ ଛୋଟ ବ୍ୟବସାୟ, ଏବେ ମାସକୁ ରୋଜଗାର ୪୦ ହଜାର ଏହି ସର୍ଭେରେ ଦେଶର ୧୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା।

ଏଥିରେ ପ୍ରଥମ ୧୦ ଜଣଙ୍କୁ 'ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ' ଏବଂ ୧୧ରୁ ୧୫ତମ ସ୍ଥାନରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ 'ମୁଖ୍ୟମନ୍ତ୍ରୀ ପଞ୍ଚରତ୍ନ' ବର୍ଗରେ ରଖାଯାଇଛି।

ସର୍ଭେ ଅନୁଯାୟୀ, ପଞ୍ଜାବର ଭଗବନ୍ତ ମାନ ୮୫୬ ଅଙ୍କ ସହ ଚତୁର୍ଥ, ଝାଡ଼ଖଣ୍ଡର ହେମନ୍ତ ସୋରେନ ୮୪୪ ଅଙ୍କ ସହ ପଞ୍ଚମ ଏବଂ ଆନ୍ଧ୍ରପ୍ରଦେଶର ଏନ୍‌ ଚନ୍ଦ୍ରବାବୁ ନାଇଡୁ ୮୪୨ ଅଙ୍କ ସହ ଷଷ୍ଠ ସ୍ଥାନରେ ରହିଛନ୍ତି।

ସିକ୍କିମର ପ୍ରେମ ସିଂହ ତମାଙ୍ଗ ୭ମ, ତେଲେଙ୍ଗାନାର ଏ ରେବନ୍ତ ରେଡ୍ଡୀ ୮ମ, ମଧ୍ୟପ୍ରଦେଶର ମୋହନ ଯାଦବ ୯ମ ଏବଂ ମେଘାଳୟର କନରାଡ ସାଙ୍ଗମା ୧୦ମ ସ୍ଥାନ ପାଇଛନ୍ତି।

ଆହୁରି ପଢନ୍ତୁ : Accident: ଶୌଚ ହେବା ପାଇଁ ଯାଉଥିଲେ; ବାଇକ୍ ଧକ୍କାରେ ଯୁବକ ମୃତ ଦ୍ୱିତୀୟ ବର୍ଗରେ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ୭୮୮ ଅଙ୍କ ସହ ୧୧ଶ, ଦିଲ୍ଲୀର ରେଖା ଗୁପ୍ତା ୧୨ଶ, ଜମ୍ମୁ-କାଶ୍ମୀରର ଓମାର ଅବଦୁଲ୍ଲା ୧୩ଶ, ଗୁଜରାଟର ଭୂପେନ୍ଦ୍ରଭାଇ ପଟେଲ ୧୪ଶ ଏବଂ ରାଜସ୍ଥାନର ଭଜନଲାଲ ଶର୍ମା ୧୫ଶ ସ୍ଥାନରେ ଅଛନ୍ତି।

ସର୍ଭେ ପ୍ରାୟ ୩ରୁ ୪ ମାସ ଧରି ଚାଲିଥିଲା।

ସାମାଜିକ ଓ ପାରମ୍ପରିକ ଗଣମାଧ୍ୟମ ର ପ୍ରତିକ୍ରିୟା, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ମତ ଏବଂ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନାକୁ ଆଧାର କରି ମୂଲ୍ୟାୟନ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସୁଶାସନ, ଆଇନଶୃଙ୍ଖଳା, ବ୍ୟକ୍ତିତ୍ୱ, ଭାବମୂର୍ତ୍ତି, କାର୍ଯ୍ୟଦକ୍ଷତା , ଲୋକପ୍ରିୟତା, ଦୂରଦୃଷ୍ଟି ଓ କାର୍ଯ୍ୟଶୈଳୀ ସମେତ ୧୦ଟି ମାନଦଣ୍ଡରେ ମୁଖ୍ୟମନ୍ତ୍ରୀମାନଙ୍କୁ ମୂଲ୍ୟାୟନ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।