କାକଟପୁର ପୀଠରେ ଅଲୌକିକ “ବିଶ୍ରାମ ଶିଳା”, ଦର୍ଶନ ମାତ୍ରେ ଦୂର ହୁଏ ପାପ!
କାକଟପୁର ପୀଠରେ ଅଲୌକିକ “ବିଶ୍ରାମ ଶିଳା”, ଦର୍ଶନ ମାତ୍ରେ ଦୂର ହୁଏ ପାପ!
ନନ୍ଦିଘୋଷ ବ୍ୟୁରୋ: କିମ୍ବଦନ୍ତୀ ବଖାଣୁଛି ବିଶ୍ରାମ ଶିଳା । ପୁରୀ ଜିଲ୍ଲା କାକଟପୁର ମା” ମଙ୍ଗଳା ପୀଠ ସହ ଶ୍ରୀକ୍ଷେତ୍ରର ରହିଛି ନିବିଡ଼ ସମ୍ପର୍କ । ପ୍ରତିଦିନ ରାତ୍ରରେ ବଡ଼ ସିଂହାର ବେଶ ପରେ ମା” ମଙ୍ଗଳା ଶ୍ରୀକ୍ଷେତ୍ରକୁ ବିଜେ କରନ୍ତି । ଶ୍ରୀକ୍ଷେତ୍ରରୁ ଫେରିବା ପରେ ବିଶ୍ରାମ ଶିଳାରେ ପାଦ ଥାପନ୍ତି ।
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ରହିଛି ଅଲୌକିକ ବିଶ୍ରାମ ଶିଳା । ଯାହାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଯେଉଁଠି ପ୍ରତି ରାତିରେ ବିଶ୍ରାମ ନିଅନ୍ତି ସ୍ଵୟଂ ଜଗତଜନନୀ । ନିଶାର୍ଦ୍ଧରେ ଏଠି ଶୁଭେ ନୁପୁରର ରୁଣଝୁଣ ଶବ୍ଦ । ଝୁଣା ଧୂପର ବାସ୍ନା ଆପେ ଆପେ ବାହାରେ । ପ୍ରତିଦିନ ରାତ୍ରରେ ବଡ଼ ସିଂହାର ବେଶ ପରେ ମା” ମଙ୍ଗଳାଙ୍କ ଶ୍ରୀକ୍ଷେତ୍ର ବିଜେ ଆରମ୍ଭ ହୁଏ । କିମ୍ବଦନ୍ତୀ ଅନୁଯାୟୀ ଲମ୍ବା ପଥ ଅତିକ୍ରମ କରି ଫେରିବା ପରେ ମା” ଏହି ଶିଳାରେ ବିଶ୍ରାମ ନିଅନ୍ତି ।
ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ରହିଛି ବିଶ୍ରାମ ଶିଳା । ଏହି ଶିଳା ସବୁବେଳେ ଶୀତଳ ରୁହେ । ଖରାଦିନେ ମଧ୍ୟ ଗରମ ହୁଏ ନାହିଁ । ପ୍ରତିଦିନ ପହଡ଼ ଖୋଲିବା ପରେ ଶିଳା ଉପରେ ମାଆଙ୍କ ପଦଚିହ୍ନ ଦେଖିବାକୁ ମିଳେ । ଯେଉଁ ଭକ୍ତ ଏହି ଶିଳାକୁ ଥରେ ଛୁଁଏ, ତାର ଜନ୍ମ ଜନ୍ମର ପାପ ଦୂର ହୁଏ ବୋଲି ବିଶ୍ଵାସ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।