ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

Sep 23, 2026 - 12:39
ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ପଟ୍ଟନାୟକ ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ, ଧର୍ମପରାୟଣ ଓ ସ୍ନେହଶୀଳ ବ୍ୟକ୍ତି ଭାବେ ଛତ୍ରପୁର ଅଞ୍ଚଳରେ ପରିଚିତ ଥିଲେ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ତମାଳଲତା ପଟ୍ଟନାୟକ, ବଡ଼ ପୁଅ ଗଗନ ବିହାରୀ ପଟ୍ଟନାୟକ, ବଡ଼ ବୋହୂ ଗୀତାଞ୍ଜଳି ପଟ୍ଟନାୟକ, ମଝିଆ ପୁଅ ପୁଳିନ ବିହାରୀ ପଟ୍ଟନାୟକ, ମଝିଆ ବୋହୂ ଯଜ୍ଞାସେନୀ ସାମନ୍ତରାୟ, ବଡ଼ ଝିଅ ମଧୁସ୍ମିତା ପଟ୍ଟନାୟକ, ବଡ଼ ଜ୍ୱାଇଁ ତ୍ରିମଳ ପଟ୍ଟନାୟକ, ସାନ ଝିଅ ସସ୍ମିତା ମହାପାତ୍ର, ସାନ ଜ୍ୱାଇଁ ରଞ୍ଜନ ମହାପାତ୍ର, ସାନପୁଅ ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ନାତିନାତୁଣୀ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।