ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ,ଓଡିଶାରୁ ୩ ମେଡିକାଲ କଲେଜ

Aug 10, 2026 - 16:12
ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ,ଓଡିଶାରୁ ୩ ମେଡିକାଲ କଲେଜ

ଭୁବନେଶ୍ୱର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି । ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ (IIRF)-୨୦୨୬ ରାଙ୍କିଂରେ ଓଡ଼ିଶାର ମେଡିକାଲ କଲେଜଗୁଡ଼ିକ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦେଶର ଶ୍ରେଷ୍ଠ ୧୦୦ଟି ମେଡିକାଲ କଲେଜ ତାଲିକାରେ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜ ସ୍ଥାନ ପାଇଛନ୍ତି । କଟକ ଏସ୍‌ସିବି ୧୫ତମ, ବୁର୍ଲା ଭିମ୍‌ସାର୍‌ ୬୪ ତମ ଏବଂ ବ୍ରହ୍ମପୁର ଏମ୍‌କେସିଜି ୭୪ତମ ମାନ୍ୟତା ହାସଲ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଏମ୍ସ ୧୬ ତମ ସ୍ଥାନରେ ରହିଛି । ଅର୍ଥାତ୍‌ ଓଡ଼ିଶାରେ ଏସ୍‌ସିବି ଏକ ନମ୍ବରରେ ଅଛି । ପ୍ରଥମଥର ପାଇଁ ଓଡ଼ିଶାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଏମ୍ସ ଭୁବନେଶ୍ବରକୁ ପଛରେ ପକାଇଛି । 

ରାଜ୍ୟର ତିନୋଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଜାତୀୟସ୍ତରର ଟପ୍-୧୦୦ ତାଲିକାରେ ସ୍ଥାନ ପାଇବା ଓଡ଼ିଶାର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି। 

ସେପଟେ, ରାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ଦିଲ୍ଲୀ ଏମ୍ସ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଚେନ୍ନଇର ଏମଏମ୍‌ସି ଏବଂ ତୃତୀୟ ସ୍ଥାନରେ ପୁଡୁଚେରୀର ଜେଆଇପିଏମ୍‌ଇଆର ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।