ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ମନା
ଭୁବନେଶ୍ବର : ନିଶା ବେପାରୀଙ୍କ ଉପରେ ବଡ଼ ଆକ୍ସନ । ଶିକ୍ଷାନୁଷ୍ଠାନ ନିକଟରେ ହୋଇପାରିବ ନାହିଁ ନିଶା କାରବାର । ଭୁବନେଶ୍ବରର ବିଭିନ୍ନ ସ୍କୁଲ ଓ କଲେଜ ନିକଟରେ ଥିବା ଦୋକାନ ଗୁଡିକରେ ଅଚାନକ ଚଢାଉ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ସ୍ପେଶାଲ୍ କ୍ରାଇମ ୟୁନିଟ୍ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଅଚାନକ ଦୋକାନ ଉପରେ ଡଗ୍ ସ୍କାଡ୍ ସହ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍ । ଅତିରିକ୍ତ ଡିସିପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ଇନ୍ଫୋସିଟି ଥାନା ଅଞ୍ଚଳରେ ରେଡ୍ କରାଯାଇଛି । ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଛାଡ଼ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି କଲେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଆଗକୁ ମଧ୍ୟ ଏଭଳି ଅଚାନକ ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଯଦି ଚଢ଼ାଉ ସମୟରେ ନିଶା ସାମଗ୍ରୀ ମିଳେ, ତେବେ ଦୋକାନୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ଚଢ଼ାଉ ନୁହେଁ, ଆଗକୁ ମଧ୍ୟ ଏଭଳି ଅଚାନକ ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।