କାଲି ୨ ଟ୍ରେନ୍ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…
ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ ଇଚ୍ଛାପୁରମ-ଝାଡୁପୁଡ଼ି ରେଳଖଣ୍ଡରେ ଦୁଇଟି ରେଳପୋଲ ଉପରେ ବିପଦ ସଙ୍କେତଠାରୁ ଅଧିକ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୯ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ୧୪ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଗୁରୁବାର ୭ଟି ଓ ଶୁକ୍ରବାର ପାଇଁ ଗୋଟିଏ ଟ୍ରେନ୍ ବାତିଲ ହୋଇଥିବାବେଳେ ପୂର୍ବରୁ ଗୋଟିଏ ଟ୍ରେନ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ ରହିଛି। ହାଓଡା-ସିକନ୍ଦରାବାଦ ଫଲକ୍ନୁମା ଏକ୍ସପ୍ରେସ୍ (୧୨୭୦୩) ପୂର୍ବରୁ ବାତିଲ ରହିଥିବାବେଳେ ଶୁକ୍ରବାର ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୮) ବାତିଲ ରହିବ।
ସେହିପରି ଗତିପଥ ବଦଳିଥିବା ଟ୍ରେନ୍ ମଧ୍ୟରେ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ (୧୯୦୨୨) ଅନୁଗୋଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି ଦେଇ ଚଳାଚଳ କରିବ। ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ (୧୮୪୬୩), ହାଓଡା-ଏସ୍ଏମ୍ଭିବି-ବେଙ୍ଗାଲୁରୁ ଏକ୍ସପ୍ରେସ୍ (୧୨୮୬୩), ଭାଗଲପୁର-ଯଶବନ୍ତପୁର ଅଙ୍ଗ ଏକ୍ସପ୍ରେସ୍ (୧୨୨୫୪) ଓ ଶାଲିମାର-ନାଗରକୋଏଲ ଗୁରୁଦେବ ଏକ୍ସପ୍ରେସ୍ (୧୨୬୬୦) ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ ଦେଇ ଯିବ। ସେହିପରି ମାଲଦା ଟାଉନ-ଏସ୍ଏମ୍ଭିବି ଏକ୍ସପ୍ରେସ୍ (୦୬୫୬୬) କପିଳାସ ରୋଡ୍-ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ୍ ଦେଇ ଚଳାଚଳ କରିବ। ତିରୁଚିରାପଲ୍ଲୀ-ନ୍ୟୁ ଜଲପାଇଗୁଡ଼ି-ଅମୃତ ଭାରତ ଏକ୍ସପ୍ରେସ୍ (୨୦୬୧୦), ଏସ୍ଏମ୍ଭିବି-ହାଓଡା ଏସି ଏକ୍ସପ୍ରେସ୍ (୨୨୮୬୪), ଏସ୍ଏମ୍ଭିବି-ହାଓଡା ଏକ୍ସପ୍ରେସ୍ (୧୨୮୬୪) ଓ ତିରୁନେଲଭେଲି-ପୁରୁଲିଆ ଏକ୍ସପ୍ରେସ (୨୨୬୦୬) ବିଜୟନଗରମ-ଟିଟିଲାଗଡ଼-ଝାରସୁଗୁଡ଼ା-ଖଡ଼ଗପୁର ଦେଇଯିବ। ସେହିପରି ସିକନ୍ଦରାବାଦ-ହାଓଡା ଫଲକ୍ନୁମା ଏକ୍ସପ୍ରେସ୍ (୧୨୭୦୪) ଓ ଏସ୍ଏମ୍ଭିବି-ବାଲୁରଘାଟ ଏକ୍ସପ୍ରେସ୍ (୧୬୫୨୩) ବିଜୟନଗରମ-ଟିଟିଲାଗଡ଼-ସମ୍ବଲପୁର-ଅନୁଗୋଳ-କଟକ ଦେଇ ଚଳାଚଳ କରିବ। ତିରୁପତି-ପୁରୀ ଏକ୍ସପ୍ରେସ୍ (୧୭୪୮୦) ବିଜୟନଗରମ-ସମ୍ବଲପୁର-ନରାଜ-ମାର୍ଥାପୁର-ଖୋର୍ଦ୍ଧା ରୋଡ୍ ଦେଇଯିବ। ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ (୧୭୦୧୬) ବିଜୟନଗରମ-ସମ୍ବଲପୁର-ଭୁବନେଶ୍ୱର ଦେଇ ଚଳାଚଳ କରିବ। ତେବେ ଯାତ୍ରୀମାନେ ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।