ଖେଳ ଶିକ୍ଷକଙ୍କ ମାଡ଼ ରେ ଛାତ୍ରଙ୍କ ଦାନ୍ତ ଭାଙ୍ଗିଲା

Sep 10, 2026 - 13:45
ଖେଳ ଶିକ୍ଷକଙ୍କ ମାଡ଼ ରେ ଛାତ୍ରଙ୍କ ଦାନ୍ତ ଭାଙ୍ଗିଲା

ବୌଦ୍ଧ : ପିଇଟି ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଶିକ୍ଷକଙ୍କ ମାଡ଼ରେ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ଦାନ୍ତ ଭାଙ୍ଗିଥିବା ଜଣା ପଡିଛି । ଏହା ସହିତ ଛାତ୍ର ଜଣକ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ଜବାହାର ନବୋଦୟ ବିଦ୍ୟାଳୟରେ । ଆଜି ସକାଳେ ଖେଳ ଶିକ୍ଷକ ଆଜାଦ ଶତପଥୀ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ବେଳେ କୌଣସି କାରଣ ନେଇ ଅମାନୁଷିକ ଭାବେ ପ୍ରହାର କରିଥିଲେ, ଯାହା ଫଳରେ ତାଙ୍କର ଦାନ୍ତ ଭାଙ୍ଗି ଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।