ଚୁଗୁଲି କରି ଅର୍ଥ ରୋଜଗାର
କଲମ୍ବିଆର ୬୭ ବର୍ଷୀୟା ମିରୟମ୍ ନାମ୍ନୀ ଜଣେ ମହିଳା ପଡ଼ୋଶୀଙ୍କ ବିଷୟରେ ଗପସପ ଓ ଗୁପ୍ତ ତଥ୍ୟ ସଂଗ୍ରହ କରିବାକୁ ତାଙ୍କର ରୋଜଗାରର ମାଧ୍ୟମ କରିଛନ୍ତି । ଯାହା ଦ୍ୱାରା ସେ ପ୍ରଚୁର ଅର୍ଥ ରୋଜଗାର କରି ଦୁଇଟି ଘର ମଧ୍ୟ କିଣିସାରିଛନ୍ତି । ସେ ନିଜକୁ ଜଣେ ପେସାଦାର 'ଚିସ୍ମୋସା' ( ଚୁଗୁଲି କରୁଥିବା ମହିଳା) ବୋଲି ପରିଚୟ ଦେଉଥିବା ବେଳେ ଲୋକଙ୍କ କଥା ଶୁଣି ଏକ ନୋଟବୁକରେ ଲେଖି ରଖନ୍ତି । କୌଣସି ତଥ୍ୟ ଆଗକୁ ବଢ଼ାଇବା ପୂର୍ବରୁ ପ୍ରମାଣ ମଧ୍ୟ ଯୋଗାଡ଼ କରନ୍ତି । ଛୋଟମୋଟ ତଥ୍ୟ ପାଇଁ ସେ ପ୍ରାୟ ୧୫୦ ରୁ ୩୦୦ ଟଙ୍କା ନେଉଥିବା ବେଳେ ଗୁପ୍ତ କଥା ବା ଆଫେୟାର ଭଳି ବ୍ୟକ୍ତିଗତ ତଥ୍ୟ ଲୁଚାଇବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛନ୍ତି । ନିଜ ଘରେ ସେ ପ୍ରମାଣ ସ୍ୱରୂପ ଫଟୋ ଓ ଅନ୍ୟାନ୍ୟ ଜିନିଷର ଏକ ବୋର୍ଡ ରଖିଥିବା ବେଳେ ଗପସପ ବା ଚୁଗୁଲି କେବଳ ତାଙ୍କର କାମ ନୁହେଁ, ବରଂ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ ମତ ଦେଇଥାଆନ୍ତି । ମହିଳାଙ୍କର ଏଭଳି ଅଜବ ବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।