ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଜେଲ ଡିଆଇଜିଙ୍କ ଠାରୁ ଆରମ୍ଭ କରି ସହକାରୀ ମାତ୍ରନଙ୍କ ପର୍ଯ୍ୟନ୍ତ ୩୭୮ଜଣ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପରିକି ୨ ଚିଫ ୱାଡର୍ର୍, ୱାଡର୍ର୍ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ବାର୍ଷିକ ୪ ହଜାର ରୁ ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସମୁଦାୟ ୨୫୦୦ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକବର୍ଷରୁ ଏହି ନୂତନ ପୋଷାକ ଭତ୍ତା ଲାଗୁ ହେବ। ଏଥିପାଇଁ ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।