ଦିଲ୍ଲୀ ପରେ ତତ୍ପର ରାଜ୍ୟ ସରକାର: ଭଙ୍ଗାଯିବ ବିପଦସଂକୁଳ କୋଠା, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Sep 09, 2026 - 11:56
ଦିଲ୍ଲୀ ପରେ ତତ୍ପର ରାଜ୍ୟ ସରକାର: ଭଙ୍ଗାଯିବ ବିପଦସଂକୁଳ କୋଠା, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

"ଭୁବନେଶ୍ବର: ଦିଲ୍ଲୀ ଅଘଟଣ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ବିପଦପୂର୍ଣ୍ଣ କୋଠା ଭୁଶୁଡ଼ି ଏକାଧିକଙ୍କ ମୃତ୍ୟୁ ହେବା ଏବଂ ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଓଡ଼ିଶା ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି।

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଯେଉଁ ସବୁ ସରକାରୀ ଓ ବେସରକାରୀ କୋଠା ବିପଦପୂର୍ଣ୍ଣ ରହିଛି, ତାକୁ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ଉପରେ ସମୀକ୍ଷା ବୈଠକ କରିବା ସହ ସବୁ ଅସୁରକ୍ଷିତ କୋଠାକୁ ତୁରନ୍ତ ଚିହ୍ନଟ ଓ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୫ ଦିନ ଭିତରେ ଏଭଳି ବିପଦପୂର୍ଣ୍ଣ କୋଠା ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।Advertisment Nandankanan: ନନ୍ଦନକାନନରେ ନୂଆ ଅତିଥି ୫ ଓରାଂଉଟାନ୍‌: ୨୦୧୯ରେ ଆଖିବୁଜିଥିଲା ବିନି ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶଯାଞ୍ଚ ପାଇଁ ଗଠନ ହେଲା କମିଟିଫୋକସ୍‌ରେ କଟକ ଓ ପୁରୀ ମନ୍ତ୍ରୀ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ ବି ଯେ‌ତେସବୁ ବିପଦପୂର୍ଣ୍ଣ ସରକାରୀ କୋଠା ଥିଲା, ତା"ର ଆକଳନ କରାଯାଇଥିଲା।

ଏସବୁ କୋଠାକୁ ବି ନୋଟିସ୍‌ କରାଯାଇଥିଲା।

ଦିଲ୍ଲୀ ଅଘଟଣ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଏ ସଂପର୍କରେ ସମୀକ୍ଷା କରାଯାଇଥିଲା।

ସାରା ରାଜ୍ୟରେ ଯେଉଁଠି ବି ଏଭଳି ବିପଦପୂର୍ଣ୍ଣ କୋଠା ରହିଛି, ଖୁବ୍‌ଶୀଘ୍ର ଚିହ୍ନଟ କରି ନୋଟିସ୍‌ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ କୋଠା ଆମ ବିଭାଗ ଅଧୀନରେ ରହିଛି, ସେ କୋଠାକୁ ଆମେ ଭାଙ୍ଗିବୁ।

ଅନ୍ୟ ବିଭାଗ ଅଧୀନରେ ଥିବା କୋଠା ଭାଙ୍ଗିବାକୁ ସଂପୃକ୍ତ ବିଭାଗକୁ କୁହାଯିବ।

ବିପଦସ‌ଂକୁଳ କୋଠା ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି।

କମିଟି ସେଭଳି କୋଠା ସଂପର୍କରେ ୧୫ଦିନ ଭିତରେ ଯାଞ୍ଚ କରି ରିପୋର୍ଟ ଦେବ।

ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କେବଳ ସରକାରୀ ନୁହେଁ, ବେସରକାରୀ କୋଠାକୁ ବି ଯାଞ୍ଚ ପରିସରଭୁକ୍ତ କରାଯାଇଛି।

ମନ୍ତ୍ରୀ କହିଛନ୍ତି, ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି।

ଅସୁରକ୍ଷିତ କୋଠା ଚିହ୍ନଟ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି।

ଦୁର୍ବଳ ତଥା ବିପଦଜ୍ଜନକ ଅବସ୍ଥାରେ ଥିବା କୋଠା ଚିହ୍ନଟ ପରେ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଦିଆଯିବ ଓ ଆବଶ୍ୟକସ୍ଥଳେ କୋଠା ଭଙ୍ଗାଯିବ।

ବିଶେଷକରି କଟକ ଓ ପୁରୀ ଭଳି ପୁରୁଣା ସହରରେ ଏହି ଯାଞ୍ଚ ପ୍ରକ୍ରିୟାକୁ ଜୋର୍‌ଦାର୍‌ କରାଯିବ।

ଅମାନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।